ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ସାର୍‌ ଦେଲେ ଅମାନୁଷିକ ଦଣ୍ଡ: ୮ ବର୍ଷର ଛାତ୍ରୀଙ୍କୁ କରାଇଲେ ୪୫୦ ଥର ଉଠବସ

23/01/2020 at 3:35 PM

ମହାରାଷ୍ଟ୍ର୨୩/୧: ୮ ବର୍ଷର ଛାତ୍ରୀଙ୍କୁ ୪୫୦ ଥର ଉଠବସ କରାଇ ନାମନେଲେ ଟ୍ୟୁସନ ସାର୍‌। ହୋମଓ୍ବାର୍କ କରି ନଥିବାରୁ ୮ ବର୍ଷର ଛୋଟ ଝିଅକୁ ୪୫୦ ଥର ଉଠବସ କରାଇବା ଘଟଣାକୁ ସ୍ଥାନୀୟ ଲୋକେ ନିନ୍ଦା କରିଛନ୍ତି। ମାତ୍ର ୮ ବର୍ଷର କୁନି ଝିଅ ୪୫୦ ଥର ଉଠବସ ହୋଇଥିଲେ। ଉଠବସ କାରଣ ଯୋଗୁଁ ପିଲାର ଶରୀର ଅସୁସ୍ଥ ହୋଇ ପଡ଼ିଥିଲା। ପରବର୍ତ୍ତୀ ସମୟରେ ପିଲାଟିର ସ୍ବାସ୍ଥ୍ୟ ପୁରା ଖରାପ ହୋଇଯାଇଥିଲା। ତେଣୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଟ୍ୟୁସନ ସାର୍‌ଙ୍କ ବିରୋଧରେ ଛାତ୍ରୀଙ୍କ ପରିବାର ଲୋକେ ଥାନାରେ ଅଭି​‌ଯୋଗ କରିଛନ୍ତି।  

ନ୍ୟାୟ ନଗର ଥାନାର ସବ୍ ଇନ୍‌ସ୍‌ପେକ୍ଟର ସାହେଲ୍‌ ପଠାନ୍‌ଙ୍କ କହିବା ଅନୁସାରେ ୮ ବର୍ଷର ଛାତ୍ରୀଙ୍କ ମାଆ ଥାନାରେ ଅଭିଯୋଗ କରିଛନ୍ତି। ଗତ ଜାନୁଆରୀ ୧୭ ତାରିଖରେ ସକାଳେ ତାଙ୍କ ଝିଅ ଟ୍ୟୁସନ ଯାଇଥିଲେ। ଟ୍ୟୁସନ ସାର୍‌ ତାଙ୍କୁ ପାଠ କରିବାକୁ ଘରକୁ ଦେଇଥିଲେ। କିନ୍ତୁ ପିଲାଟି ପାଠ କରି ନଥିଲେ। ତେଣୁ ଟ୍ୟୁସନ ସାର୍‌ ରାଗରେ କୋମଳବତୀ ଛୋଟ ଝିଅକୁ ୪୫୦ ଥର ଉଠବସ କରାଇଥିଲେ।  ଯାହାଫଳରେ ଛୋଟ ଝିଅଟି ଚାଲି ପାରି ନଥିଲେ। ଏପରି କି ଠିକ୍‌  ଭାବରେ ଛିଡା ବି ହୋଇ ପାରି ନଥିଲେ।

ଏହି ଅଭିଯୋଗ ଆଧାରରେ ଟ୍ୟୁସନ ସାର୍‌ଙ୍କୁ ପୋଲିସ୍‌ ଗିରଫ କରିଛି। ଅଭିଯୁକ୍ତ ଟ୍ୟୁସନ ମାଷ୍ଟରଙ୍କ ବିରୋଧରେ ଧାରା ୩୨୪ ଆଧାରରେ ପୋଲିସ୍‌ ମାମଲା ରୁଜୁ କରିଛି। ତେଣୁ କୌଣସି ଶିକ୍ଷକ ଛୋଟ ପିଲାଙ୍କୁ ଏଭଳି କଠୋର୍ ଦଣ୍ଡ ଦେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ପୋଲିସ ଅଧିକାରୀ ସୂଚନା ଦେଇଛିନ୍ତି।

   Related Posts