ଛାତ୍ରୀଙ୍କୁ ଅସଦାଚରଣ କରି ରସିକିଆ ଟ୍ୟୁସନ୍ ମାଷ୍ଟର ଗିରଫ

Published By : Prameya-News7 Bureau | September 23, 2019 IST

ଡେଲାଙ୍ଗ ୨୩।୯: ପୁଣି ଗୁରୁ ଓ ଶିଷ୍ୟ ସମ୍ପର୍କରେ ଲାଗିଲା କଳଙ୍କ । ଟ୍ୟୁସନ ସାର୍ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ରସିକିଆ ଟ୍ୟୁସନ ସାରଙ୍କୁ ଗିରଫ କରିଛି ପୋଲିସ ।

{"id":161374}

ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ଡେଲାଙ୍ଗ ଥାନାରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ମା’ ଟ୍ୟୁସନ ସାରଙ୍କ ବିରୋଧରେ ଅସଦାଚରଣ କରିଥିବା ନେଇ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଆଧାରରେ ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟାନୟକ ୧୭୮/୧୯ରେ ଏକ କେସ୍ ରୁଜ କରି ରସିକିଆ ଟ୍ୟୁସନ ସାରଙ୍କୁ ଗିରଫ କରିଥିବା ଜଣାପଡିଛି ।

{"id":161375}

ସୂଚନାଯୋଗ୍ୟ ଯେ, ବେସରକାରୀ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ରୀ ଟ୍ୟୁସନ ହେବା ପାଇଁ ଶ୍ରୀନିବାସ ଦାସଙ୍କ ନିକଟକୁ ଯାଇଥାନ୍ତି । ମାତ୍ର ଏହି ରସିକିଆ ଟ୍ୟୁସନ ସାର ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ । ଏହି ଘଟଣା ସମ୍ପର୍କରେ ଝିଅଟି ତାଙ୍କ ମା’ଙ୍କ ଆଗରେ କହିଥିଲା । ଝିଅଠାରୁ ମା’ ସମସ୍ତ ଘଟଣା ଜାଣିବା ପରେ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ସଂପୃକ୍ତ ଟ୍ୟୁସନ ସାରଙ୍କୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.