ମଙ୍ଗଳବାରରେ ସମସ୍ତ ରାଶିଙ୍କର ଜାଣନ୍ତୁ ଶୁଭଫଳ

Published By : Prameya-News7 Bureau | January 20, 2020 IST

ମେଷ – ପ୍ରତିରୋଧ ଏଡାଇ ଆଗକୁ ବଢି ପାରିବେ । ମନ ପ୍ରସନ୍ନ ରହିବ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । କୃଷି କ୍ଷେତ୍ରରୁ ଭଲ ଆୟ ହେବ । ଯାନବାହନ ସୁଖ ମିଳିପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

ବୃଷ – ପରିଶ୍ରମର ମୂଲ୍ୟ ମିଳିବ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ବହୁ ଭାଷୀ ହୋଇପାରନ୍ତି । ପତ୍ନୀଙ୍କର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପଡିବ । ସୌଭାଗ୍ୟଯୁକ୍ତ ଓ ସମ୍ମାନନୀୟ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ ।

ମିଥୁନ - ଧୈର୍ଯ୍ୟ ରଖି ପାରିଲେ ସଫଳତା ପାଇବେ । ତ୍ୟାଗଶୀଳ ହେବେ । ନୀତିଜ୍ଞ ବ୍ୟକ୍ତି ଭାବେ ସମାଜିକ ସ୍ତରରେ ଆଦରଣୀୟ ହେବେ । ବିବିଧ ଧନଯୁକ୍ତ ହୋଇପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୩ ।

କର୍କଟ – ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୋଜଗାରକ୍ଷମ ହେବେ । ବିଭିନ୍ନ ସ୍ତରରୁ ସହ ଯୋଗ ମିଳିବ । ଚିନ୍ତା ହ୍ରାସ ପାଇବ । ଧନବାନ୍‌ ହୋଇପାରିବେ । ଗୁଣଜ୍ଞ ହୋଇପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୮ ।

ସିଂହ – ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । କୌଶଳରେ କାର୍ଯ୍ୟ ହାସଲ କରିପାରନ୍ତି । ମିଷ୍ଟଭାଷୀ ଭାବେ ପରକୁ ଆପଣାର କରିବାରେ ସକ୍ଷମ ହେବେ । ବଳିଷ୍ଠ ଓ ଶରୀର ସୁସ୍ଥ ରହିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

କନ୍ୟା – ବିଭିନ୍ନ ଦିଗରୁ ଧନ ପ୍ରାପ୍ତର ସୂଚନା ମିଳୁଛି । କାର୍ଯ୍ୟକ୍ଷେତ୍ରରେ ସିଦ୍ଧିପ୍ରାପ୍ତ ହେବେ । ଯଶସ୍ୱୀ ହୋଇପାରନ୍ତି । ଆରୋଗ୍ୟ ଓ ଧର୍ମ କାର୍ଯ୍ୟରେ ମନୋ ନିବେଶ କରିପାରନ୍ତି । ସରକାରୀ ସ୍ତରରେ ସମ୍ମାନ ମିଳିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।

ତୁଳା – ସାଧନାରେ ସିଦ୍ଧି ଲାଭ କରିବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ଅଭିବୃଦ୍ଧି ଘଟିବାର ସୂଚନା ମିଳୁଛି । ଉନ୍ନତ ପଥରେ ଆଗକୁ ବଢିବେ । ସରକାରୀ ଧନ ମିଳିବ । ଗୃହ ପରିବେଶ ପ୍ରଦୂଷଣ ମୁକ୍ତ ହେବ । ଶୁଭ ରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୨ ।

ବିଛା – ଶୁଭ ଖବର ପାଇ ଖୁସି ହୋଇପାରନ୍ତି । କାର୍ଯ୍ୟ ବ୍ୟସ୍ତତା ବୃଦ୍ଧି ହୋଇପାରେ । ଭାଗ୍ୟର ପରିବର୍ତ୍ତନ ଘଟିବ । ବିବାଦୀୟ ଘଟଣାରେ ବିଜୟୀ ହେବେ । ପାରିବାରିକ ଜୀବନ ସୁଖପ୍ରଦ ହେବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୫ ।

ଧନୁ – ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ଶାସ୍ତ୍ରପଟୁ ହେବେ । ପୁଣ୍ୟଦେହୀ ହୋଇପାରନ୍ତି । ଶାନ୍ତ, ନିପୁଣ ଓ ମେଧାବୀ ହୋଇପାରନ୍ତି । ଜିତେନ୍ଦ୍ରିୟ ବିଦ୍ୱାନ୍‌ ଓ ଦୟାଳୁ ହୋଇପାରନ୍ତି । ଶୁଭ ରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୭ ।

ମକର – ମିତ୍ର ଲାଭ ହେବ । କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ । ବନ୍ଧୁ ମେଳରେ ଆନନ୍ଦ ଉତ୍ସବ କରିପାରନ୍ତି । ମନ୍ତ୍ରଣା ଶକ୍ତିଯୁକ୍ତ ଓ କାବ୍ୟକର୍ତ୍ତା ହୋଇପାରନ୍ତି । ସୁଗୁଣ ସମ୍ପନ୍ନ ଓ ସତ୍ୟବାଦୀ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୩ ।

କୁମ୍ଭ - କାର୍ଯ୍ୟ ଫଳପ୍ରସୂ ହେବ । ମନରେ ଅହଂଭାବ ଆସିପାରେ । ଆଶା ଫଳବତୀ ହେବ । ଶୁଭ କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ଚଞ୍ଚଳ ଚେଷ୍ଟିତ ହେବେ । ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।

ମୀନ - ପରଚର୍ଚ୍ଚାରେ ମଜ୍ଜି ପାରନ୍ତି । ବୁଦ୍ଧିମାନ୍‌ ହେବେ । ଯାନବାହନ ଓ ଧନଯୁକ୍ତ ହୋଇପାରନ୍ତି । ଶ୍ରେଷ୍ଠ ମାନ୍ୟତା ମିଳିବ । ପୁତ୍ର ସୁଖ ମିଳିପାରେ । ପରୋପକାରୀ ହେବେ । ବହୁ ଧନର ଅଧିକାରୀ ହୋଇପାରନ୍ତି । ଶୁଭ ରଙ୍ଗ ପିଚ୍‌ । ଶୁଭ ଅଙ୍କ ୨ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.