ମଙ୍ଗଳବାର ରାଶିଫଳ: କର୍କଟ ଓ ସିଂହ ରାଶି ପାଇଁ ଭଲ ନ ରହିପାରେ ଦିନଟି

Published By : Prameya-News7 Bureau | September 20, 2021 IST

ମେଷ–ସ୍ୱଗୃହୀମୁଖାଧିପତି ହେତୁ ଶତ୍ରୁ ମଧୁର କଥା କହି ପରକୁ ଆପଣାର କରିବେ । ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ କିନ୍ତୁ ପରିବାରରେ ବିବାଦୀୟ ପରିସ୍ଥିତିର ସୂଚନା ରହିଛି । ଶୁଭରଙ୍ଗ ପିଚ୍‌ । ଶୁଭ ଅଙ୍କ ୩ ।
• ଚାଷୀ-ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
• ରୋଗୀ-ଅସୁସ୍ଥ ଅନୁଭବ କରିବେ ।
• ଛାତ୍ରଛାତ୍ରୀ-କ୍ରୀଡାରେ ମନ ଦେବେ ।
• କର୍ମଜୀବି-ସମ୍ମାନିତ ହେବେ ।
• ବ୍ୟବସାୟୀ-ନୂଆ ଡିଲ୍‌ ମିଳିବ ।
• ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।

ବୃଷ–ଶନି ସହ ମଙ୍ଗଳଙ୍କ ସଂଯୋଗ କାରଣରୁ କର୍ମକ୍ଷେତ୍ରରେ ଉଚ୍ଚ ଆଶାକରି ନିରାଶ ହେବେ । ପାରସ୍ପରିକ ମତଭେଦ କାରଣରୁ ଘରୋଇ ସମସ୍ୟା ହେତୁ ମାନିସକ ଶାନ୍ତି ବ୍ୟାହତ ହେବ । ଭରଙ୍ଗ ଧଳା । ଶୁଭ ଅଙ୍କ ୭ ।
• ଗୃହିଣୀ-ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିବେ ।
• ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
• କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
• ଛାତ୍ରଛାତ୍ରୀ-ବ୍ୟାୟାମ୍‌ କରନ୍ତୁ ।
• ରୋଗୀ-ବ୍ୟାୟାମ୍‌ କରିବା ଉଚିତ୍‌ ।
• ଚାଷୀ- ଶ୍ରମସାର୍ଥକ ହେବ ।

ମିଥୁନ - ଆଜି ସ୍ୱଗୃହୀ ଚନ୍ଦ୍ର ପ୍ରଭାବରେ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ କରିବା ସକାଶେ ତପ୍ତର ରହିବେ । ବନ୍ଧୁଙ୍କ ସାହାର୍ଯ୍ୟ ଓ ସହ-ଯୋଗ ପାଇ କାମକୁ ତ୍ୱରାନ୍ୱିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି । ଶୁଭରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୮ ।
• ଚାଷୀ-ଉତ୍ତମବିହନ, କୃଷି ବିଭାଗରୁ ଆଣନ୍ତୁ ।
• ରୋଗୀ-ଆଜିକିଛି ଦିନ ସତର୍କ ରୁହନ୍ତୁ ।
• ଛାତ୍ରଛାତ୍ରୀ-ବିଜ୍ଞ ହେବେ ।
• କର୍ମଜୀବି-କାର୍ଯ୍ୟରେ ସଫଳ ହେବେ ।
• ବ୍ୟବସାୟୀ-ନୂଆ ବ୍ୟବସାୟ ଲାଭ ହେବ ।
• ଗୃହିଣୀ-ପିଲାମାନଙ୍କ ପ୍ରତିଚିନ୍ତାରେ ରହିବେ ।

କର୍କଟ–ଚନ୍ଦ୍ର ଏକାଧିକ ପାପଗ୍ରହ ଦୃଷ୍ଟି ପଥାରୂଢ କାରଣରୁ ମାନସିକ ସ୍ଥିତି ବିଶେଷ ଭଲ ରହି ନ ପାରେ । ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇବେ । ଶୁଭରଙ୍ଗ ନୀଳ । ଶୁଭ ଅଙ୍କ ୫ ।
• ଗୃହିଣୀ- ଧର୍ଯ୍ୟବାନ୍‌ ହେବେ ।
• ବ୍ୟବସାୟୀ-ସଫଳତାକୁ ହାତଛଡା କରନ୍ତୁ ନାହିଁ ।
• କର୍ମଜୀବି-କାର୍ଯ୍ୟକରି ପ୍ରଶଂସିତ ହେବେ ।
• ଛାତ୍ରଛାତ୍ରୀ-ଉଚ୍ଚ ଶିକ୍ଷା ଆବଶ୍ୟକ ।
• ରୋଗୀ-ରୋଗରୁ ମୁକ୍ତ ହୋଇପାରନ୍ତି ।
• ଚାଷୀ-ଜୈବିକସାର ମାଟିରେ ବ୍ୟବହାର ଉଚିତ୍‌ ।

ସିଂହ –ଏକାଧିକ ଗ୍ରହସ୍ଥ ସମାବେଶରୁ ପରିବାରରେ ଅଶାନ୍ତି ବାତାବରଣରୁ ସେତିକି ଦୁଃଖୀ ହୋଇ ପାରନ୍ତି । ସାମାଜିକ ସ୍ତରରେ ଧର୍ମକାର୍ଯ୍ୟ କରିଏବଂ ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କସାନ୍ନିଧ୍ୟ ଉପକୃତ ହେବେ । ଶୁଭରଙ୍ଗ ଲାଲ୍‌ । ଶୁଭ ଅଙ୍କ ୧ ।
• ଚାଷୀ-ମାଟିରେଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
• ରୋଗୀ-ଅସାଧ୍ୟ ରୋଗରୁ ମୁକ୍ତହେବେ ।
• ଛାତ୍ରଛାତ୍ରୀ-ଉଚ୍ଚ ଶିକ୍ଷା ଆବଶ୍ୟକ ।
• କର୍ମଜୀବି-ପ୍ରଶଂସିତ ହେବେ ।
• ବ୍ୟବସାୟୀ-ଅର୍ଥ ଲାଭ ହେବ ।
• ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।

କନ୍ୟା–ତୃତୀୟାଧିପଙ୍କ ଶୁଭତ୍ୱ କାରଣରୁ ବନ୍ଧୁମାନଙ୍କ ପରାମର୍ଶ ଅନୁଯାୟୀ ହଠାତ୍‌ ନୂତନ ଯୋଜନା ଆରମ୍ଭ କରିପାରନ୍ତି । ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ବହୁତ ଗୁଡିଏ କାମ ହାତକୁ ନେବା ଦ୍ୱାରା ଟେନ୍‌ସନ୍‌ ବୃଦ୍ଧି ପାଇବ । ଶୁଭରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।
• ଗୃହିଣୀ-ପିଲାମାନଙ୍କ ପ୍ରତିଚିନ୍ତାରେ ରହିବେ ।
• ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
• କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
• ଛାତ୍ରଛାତ୍ରୀ-ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
• ରୋଗୀ-ସୁସ୍ଥ ଅନୁଭବ କରିବେ ।
• ଚାଷୀ-ଆଧୁନିକ ପଦ୍ଧତିରେ ଚାଷକାର୍ଯ୍ୟ କରିବେ ।

ତୁଳା–ବିଭିନ୍ନ ଯୋଜନାର ଯେଉଁ କାମ ହାତକୁ ନେବେ ସେହି ଦିଗରେ ଶନିଙ୍କ ପ୍ରଭାବରେ ବିଜାତୀୟ ବ୍ୟକ୍ତିଙ୍କ ସାହାର୍ଯ୍ୟ, ସହ-ଯୋଗ ବିଶେଷ ଭାବେ ରହିବ । ଆନିଷ୍ଠାନିକ କ୍ଷେତ୍ରରେ ବନ୍ଧୁମିଳନରୁ ଉତ୍ସାହିତ ହେବେ । ଶୁଭରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।
• ଚାଷୀ-ଚାଷରେ ଉନ୍ନତି ପାଇଁ କୃଷିବିଭାଗର ପରାମର୍ଶ ନିଅନ୍ତୁ ।
• ରୋଗୀ-ଆଜିକିଛି ଦିନ ସତର୍କ ରୁହନ୍ତୁ ।
• ଛାତ୍ରଛାତ୍ରୀ-ପାଠପଢା ପ୍ରତି ସଜାଗ ରହିବେ ।
• କର୍ମଜୀବି-କାର୍ଯ୍ୟତତ୍ପର ରହିବେ ।
• ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
• ଗୃହିଣୀ-ସୁଖଭାରା ଦିନଟି ।

ବିଛା–ଚନ୍ଦ୍ରଙ୍କ ପ୍ରଭାବରେ ଭାବ ପ୍ରବଣତାରେ ଭାସିଯାଇ ଆପଣଙ୍କର କୌଣସି ମନ୍ତବ୍ୟକୁ ବନ୍ଧୁ ନା ପସନ୍ଦ କରିପାରନ୍ତି । କାର୍ଯ୍ୟହାନି କାରଣରୁ ମାନସିକ ସ୍ଥିତି କେତେକାଂଶରେ ଠିକ୍‌ ରହି ନ ପାରେ । ଶୁଭରଙ୍ଗ ବ୍ରାଉନ୍‌ । ଶୁଭ ଅଙ୍କ ୮ ।
• ବ୍ୟବସାୟୀ- ବିଜୟୀ ହେବେ ।
• କର୍ମଜୀବି-କାର୍ଯ୍ୟକରି ପ୍ରଶଂସିତ ହେବେ ।
• ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
• ରୋଗୀ-ବ୍ୟାୟାମ୍‌ କରିବା ଉଚିତ୍‌ ।
• ଚାଷୀ- ଆଧୁନିକ ପଦ୍ଧତିରେ ଚାଷକାର୍ଯ୍ୟ କରିବେ ।

ଧନୁ –କର୍ମାଧିପତିଙ୍କ ଶୁଭତ୍ୱ ଏକାଧାରରେ ପରିବାର ଓ କର୍ମକ୍ଷେତ୍ରକୁ ଶୃଙ୍ଖଳିତ କରି ରଖିବେ କିନ୍ତୁ ମାନସିକ ଦୁଶ୍ଚିନ୍ତା ବଢିଯିବା ଦ୍ୱାରା କାମଗୁଡିକ ମଧ୍ୟ ଶୃଙ୍ଖଳିତ ହେବ ନାହିଁ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଲେ ବହୁମୂଲ୍ୟ ଦେବାକୁ ପଡିପାରେ । ଶୁଭରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୨ ।
• ଚାଷୀ-ଜଳବାୟୁ ବିଭାଗ ସହ ଯୋଗାଯୋଗ ରଖନ୍ତୁ ।
• ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
• ଛାତ୍ରଛାତ୍ରୀ-ବିଜ୍ଞ ହେବେ ।
• କର୍ମଜୀବି-କାର୍ଯ୍ୟବ୍ୟସ୍ତ ରହିବେ ।
• ବ୍ୟବସାୟୀ- ବିଜୟୀ ହେବେ ।
• ଗୃହିଣୀ-ଧାର୍ମିକ ହେବେ ।

ମକର–ଅପ୍ରିୟ ସତ୍ୟ ଭାଷଣରୁ କର୍ମକ୍ଷେତ୍ରରେସମସ୍ୟାରେ ପଡି ଅପଦସ୍ଥ ହୋଇପାରନ୍ତି । ଆନୁଷ୍ଠାନିକ କିମ୍ବା ସାମାଜିକ ସ୍ତରରେ କିମ୍ବା ରାଜନୀତିରେ ଚେଷ୍ଟା କଲେ ସଫଳତା ହାସଲ କରିପାରିବେ । ଶୁଭରଙ୍ଗ କଫି । ଶୁଭ ଅଙ୍କ ୩ ।
• ଗୃହିଣୀ-ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିବେ ।
• ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।
• କର୍ମଜୀବି- ଜଳଯାତ୍ରା ମନା ।
• ଛାତ୍ରଛାତ୍ରୀ-ବହୁ ପରିଶ୍ରମ କରିବାକୁ ପଡିବ ।
• ରୋଗୀ-ଅସାଧ୍ୟ ରୋଗରୁ ମୁକ୍ତ ହେବେ ।
• ଚାଷୀ-ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।

କୁମ୍ଭ -ସାଧାରଣ କଥାରେ ଆତ୍ମୀୟ ସ୍ୱଜନ ଦୂରେଇ ଯାଇପାରନ୍ତି, ମାତ୍ର ଉଚ୍ଚ ସ୍ତରରେ ସମ୍ପର୍କ ବୃଦ୍ଧି ପାଇବ । ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ କିନ୍ତୁ ବାଧା, ବିଘ୍ନ ଓ ପ୍ରତିବନ୍ଧକ ଲାଗି ରହିବ । ଶୁଭରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧ ।
• ଚାଷୀ-କୀଟ ନାଶକର ସଠିକ୍‌ ସମୟରେ ବ୍ୟବହାର କରନ୍ତୁ ।
• ରୋଗୀ-ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
• ଛାତ୍ରଛାତ୍ରୀ-ପାଠପଢାରେ ମନ ଦେବେ ।
• କର୍ମଜୀବି-କାର୍ଯ୍ୟବ୍ୟସ୍ତ ରହିବେ ।
• ବ୍ୟବସାୟୀ-ଅର୍ଥ ଲାଭ ହେବ ।
• ଗୃହିଣୀ-ସୁଖୀ ହେବେ ।

ମୀନ -ଆଜି ଉଚ୍ଚ ଚିନ୍ତା କରିବେ ଏବଂ ସାହାର୍ଯ୍ୟ ସହ-ଯୋଗର ଅଭାବରହିବ ନାହିଁ କିନ୍ତୁ ଆତ୍ମୀୟମାନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି ।ଶୁଭରଙ୍ଗ ମେରୁନ୍‌ । ଶୁଭ ଅଙ୍କ ୬ ।
• ଗୃହିଣୀ-ସୁଖଭାରା ଦିନଟି ।
• ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
• କର୍ମଜୀବି-ସୁରୁଖୁରୁରେ କାର୍ଯ୍ୟ କରିବେ ।
• ଛାତ୍ରଛାତ୍ରୀ-ବିଦ୍ୱାନ୍‌ ହେବେ ।
• ରୋଗୀ-ସୁସ୍ଥ ଅନୁଭବ କରିବେ ।
• ଚାଷୀ-ଉତ୍ତମବିହନ, କୃଷିବିଭାଗରୁ ଆଣନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.