ମଙ୍ଗଳବାର ରାଶିଫଳ: ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

Published By : Prameya-News7 Bureau | May 04, 2020 IST

ମେଷ- ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବେ । ବନ୍ଧୁ ସହ-ଯୋଗ ଭଳି ସୁସମ୍ବାଦ ପାଇ ଆଶାବାଦୀ ହେବେ । ମାନସିକ ଶାନ୍ତି ଫେରି ପାଇବେ । ଶୁଭଫଳ ପାଇ ସୁଖୀ ଓ ଋଣ ପରିଶୋଧ କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।

ବୃଷ – ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ଅଧ୍ୟୟନରତ ହୋଇପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ ଓ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୬ ।

ମିଥୁନ - ଚିନ୍ତାଗ୍ରସ୍ତ ହୋଇପାରନ୍ତି । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ପରିଶ୍ରମ ଅତ୍ୟଧିକ ହେଲେ ବି, ତା’ର ମୂଲ୍ୟ ମିଳିବ । ଜନପ୍ରିୟ ଓ ବିନୀତ ସ୍ୱଭାବ ସମ୍ପନ୍ନ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

କର୍କଟ – ଶ୍ରମପ୍ରିୟ ହେବେ । ଉତ୍ସାହିତ ହୋଇ କାର୍ଯ୍ୟ ସଂପାଦନ କରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଶୁଭ କାର୍ଯ୍ୟ ପାଇଁ ସମୟ ପ୍ରଶସ୍ତ ରହିଛି । ସରକାରୀ ସ୍ତରରୁ ଲାଭବାନ୍ ହୋଇପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।

ସିଂହ – ଖର୍ଚ୍ଚାନ୍ତ ହୋଇପାରନ୍ତି । ମନ ବିଷାଦିତ ହୋଇପାରେ । ଆଶାବାଦୀ ହେବେ । ଫଳାଫଳକୁ ଆଶା ନ ରଖି କାର୍ଯ୍ୟ କରି ଚାଲିବେ । ନୀତିରୁ ବିଚ୍ୟୁତ ହେବେ ନାହିଁ । ଧନାଗମର ସୂଚନା ମିଳୁଛି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

କନ୍ୟା – ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଭଲ ଆୟ ହେବାର ସୂଚନା ମିଳୁଛି । ବନ୍ଧୁ ବା ସରକାରୀ ସୂତ୍ରରୁ ଲାଭବାନ୍ ହେବେ । ଉତ୍ତମ ଭୋଜନ ମିଳିବ । ସ୍ୱାସ୍ଥ୍ୟ ଅତୁଟ ରହିବ । ନୂଆ ବନ୍ଧୁ ଜୁଟିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।

ତୁଳା – ଯାତ୍ରା ମାର୍ଗ କଣ୍ଟକିତ ହୋଇପାରେ । ଚଞ୍ଚଳମନା ଓ କାର୍ଯ୍ୟରେ ନିଷ୍ଠା ଯୋଗୁଁ ସବୁ ବାଧା-ବିଘ୍ନକୁ ଏଡାଇ ଆଗକୁ ବଢି ପାରନ୍ତି । ଶୁଭ କାର୍ଯ୍ୟରେ ଅଧିକ ବ୍ୟୟ ହେବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ ।

ବିଛା – ସୁଖ-ସମ୍ମାନ ଲାଭ କରିପାରନ୍ତି । ସୁସମ୍ବାଦ ପାଇ ଖୁସି ଏବଂ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍ କର୍ମରେ ନିଜକୁ ନିୟୋଜିତ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

ଧନୁ – କର୍ମ ଚଞ୍ଚଳ ରହିବେ । ସୁସମ୍ବାଦ ପାଇ ଖୁସି ହେବେ । କର୍ମ କ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭ କାର୍ଯ୍ୟ ସଂପାଦନ କରିବେ । ବିବାଦରେ ବିଜୟୀ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।

ମକର – ପ୍ରତ୍ୟେକ କାର୍ଯ୍ୟ ଭାବି ଚିନ୍ତି କରିବାକୁ ପଡିବ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ଅଧିକ କ୍ଷମତା ହାତକୁ ଆସିବ ଓ ଏହାର ସଦ୍‌-ବ୍ୟବହାର କରି ଲୋକପ୍ରିୟ ହେବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।

କୁମ୍ଭ - ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଯାନବାହନ ଚଳାଚଳ, ଆରୋହଣ ବେଳେ ସତର୍କ ରହିବେ । ପ୍ରିୟଭାଷୀ ହେବେ । ଯାନବାହନଯୁକ୍ତ ହୋଇପାରନ୍ତି । ସାହସୀ,କୁଶଳୀ କାର୍ଯ୍ୟ କରିବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୧ ।

ମୀନ - ବନ୍ଧୁ ସୁଖ ମିଳିବ । ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.