OTTରେ କେବେ ଓ କେଉଁଠାରେ ରିଲିଜ୍ ହେବ ‘Tu Jhooti Main Makkar’, ଜାଣନ୍ତୁ ପୁରା ଡିଟେଲ୍ସ
20/03/2023 at 8:36 AM

ମୁମ୍ଵାଇ ୨୦।୦୩: ରଣବୀର କପୁର ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ତୁ ଝୁଠି ମେଁ ମକ୍କାର। ପ୍ରଶଂସକଙ୍କ ହୃଦୟରେ ଏହି ଫିଲ୍ମ ବିଶେଷ ସ୍ଥାନ ହାସଲ କରିଛି। ପ୍ରଥମ ଥର ପାଇଁ ଉଭୟ ଏକାଠି ସ୍କ୍ରିନ୍ ସେୟାର କରିଛନ୍ତି । ଫିଲ୍ମ ‘ତୁ ଝୁଠି ମେଁ ମକ୍କାର’ ବକ୍ସ ଅଫିସରେ ଚମତ୍କାର ପ୍ରଦର୍ଶନ କରୁଛି। ୮ ମାର୍ଚ୍ଚରେ ମୁକ୍ତିଲାଭ କରିଥିବା ଫିଲ୍ମଟି ୧୦୦ କୋଟି ମାର୍କ ଅତିକ୍ରମ କରିଛି। ଏହି ଫିଲ୍ମ ଖୁବ୍ ଶୀଘ୍ର OTT ପ୍ଲାଟଫର୍ମରେ ମଧ୍ୟ ମୁକ୍ତିଲାଭ କରିବ । ଚଳଚ୍ଚିତ୍ର କେଉଁଠାରେ ଏବଂ କେବେ ଦେଖିପାରିବେ ଚାଲନ୍ତୁ ଜାଣିବା।
ମିଡିଆ ରିପୋର୍ଟ ଅନୁଯାୟୀ, ଲଭ୍ ରଂଜନଙ୍କ ଏହି ଫିଲ୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ। ତଥାପି, ଫିଲ୍ମ ଦେଖିବା ପାଇଁ ଆପଣଙ୍କୁ ଟିକେ ଅପେକ୍ଷା କରିବାକୁ ପଡିବ । ଡିଜିଟାଲ୍ ପାର୍ଟନର ନେଟଫ୍ଲିକ୍ସରେ ଫିଲ୍ମ ରିଲିଜ୍ ସମ୍ପର୍କରେ ନିର୍ମାତାଙ୍କଠାରୁ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ବିବୃତ୍ତି ଆସିନାହିଁ। କିନ୍ତୁ ସାଧାରଣତ କହିବାକୁ ଗଲେ ବକ୍ସ ଅଫିସରେ ରିଲିଜ୍ ହେବାର ୪୫ ଦିନ ପରେ ଯେକୌଣସି ଫିଲ୍ମ OTT ରେ ମଧ୍ୟ ମୁକ୍ତିଲାଭ କରିଥାଏ । ଅନୁମାନ କରିବାକୁ ଗଲେ ବୋଧ ହୁଏ ମେ ମାସରେ ନେଟଫିଲ୍ସରେ ଆସିପାରେ।
ଲଭ ରଂଜନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ଭଲ ରୋଜଗାର କରୁଛି। ଫିଲ୍ମ ୧୧ ଦିନରେ ୧୦୦ କୋଟି ଅତିକ୍ରମ କରିଛି। ଚଳଚ୍ଚିତ୍ରର ବଜେଟ୍ ବିଷୟରେ କୁହିବାକୁ ଗଲେ, ଏହାର ବଜେଟ୍ ପ୍ରାୟ ୯୫ କୋଟି । ଯାହା ବକସ ଅଫିସ୍ରେ ହିଟ୍ ହୋଇଯାଇଛି।