Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

୧୦୦ କୋଟି ବକ୍ସ ଅଫିସ୍‌ ସାମିଲ୍‌ ହେଲା ‘Tu Jhoothi Main Makkaar’, ଜାଣନ୍ତୁ ଏହାର ପୂରା କଲେକସନ୍‌  

19/03/2023 at 1:34 PM

ମୁମ୍ଵାଇ ୧୯।୦୩: ବଲିଉଡ୍‌ର ନୂଆ ଯୋଡି ରଣବୀର କପୁର ଓ ଶ୍ରଦ୍ଧା କପୁର। ତାଙ୍କ କମେଡି-ରୋମାଣ୍ଟିକ ମୁଭି ‘ତୁ ଝୁଠି ମେ ମକ୍କାର’ ବକ୍ସ ଅଫିସରେ ଧମାଲ କରୁଛି । ପ୍ରଥମ ସପ୍ତାହରେ ଫିଲ୍ମଟି ଭଲ ବିଜନେସ କରିଛି । ଦ୍ୱିତୀୟ ସପ୍ତାହରେ କିନ୍ତୁ ବ୍ୟବସାୟ ସାମାନ୍ୟ ଧିମା ହୋଇଯାଇଥିଲା । ହେଲେ ପୁଣି ଏହା ଖୁବ୍ କମାଲ କଲାଣି। ଏବେ ଏହି ଫିଲ୍ମ ୧୦୦ କୋଟି କ୍ଲବରେ ସାମିଲ ହୋଇଯାଇଛି ।

ଶ୍ରଦ୍ଧା ଓ ରଣବୀରଙ୍କ ଫିଲ୍ମ ଏହି ଫିଲ୍ମକୁ କେବଳ ସମାଲୋଚକମାନେ ନୁହଁନ୍ତି ଦର୍ଶକମାନେ ମଧ୍ୟ ଖୁବ୍‌ ଭଲ ପାଉଛନ୍ତି। ଫିଲ୍ମରେ ରଣବୀର କପୁର ଏବଂ ଶ୍ରଦ୍ଧାଙ୍କ କେମେଷ୍ଟ୍ରି ମଧ୍ୟ ଦର୍ଶକଙ୍କୁ ପସନ୍ଦ ଆସିଛି। ୧୦୦ କୋଟି କ୍ଲବରେ ପ୍ରବେଶ କରିବା ପାଇଁ TJMM ୨୦୨୩ର ଦ୍ୱିତୀୟ ଚଳଚ୍ଚିତ୍ର ହୋଇପାରିଛି। ଏହା ପୂର୍ବରୁ ପଠାନ କମାଲ କରିଥିଲା। ହେଲେ ପଠାନ କେବଳ ୧୦୦ କିମ୍ବା ୨୦୦ ନୁହେଁ ଦେଶର ସର୍ବୋଚ୍ଚ ଆୟକାରୀ ଫିଲ୍ମ ହୋଇଛି। କହିବାକୁ ଗଲେ ତୁ ଝୁଠି ମେଁ ମକ୍କାର ୧୧ ଦିନରେ ୧୦୦ କୋଟି କ୍ଲବରେ ପ୍ରବେଶ କରିଛି ଏବଂ ମୋଟ ସଂଗ୍ରହ ପ୍ରାୟ ୧୦୨.୨୧ କୋଟି ଅଟେ।

ପ୍ରଥମ ଦିନ: ୧୫.୭୩ କୋଟି ଟଙ୍କା

ଦ୍ୱିତୀୟ ଦିନ: ୧୦.୩୪ କୋଟି ଟଙ୍କା

ଦିନ ୩: ୧୦.୫୨ କୋଟି ଟଙ୍କା

ଦିନ ୪: ୧୬.୫୭ କୋଟି ଟଙ୍କା

ଦିନ ୫: ୧୭.୦୮ କୋଟି ଟଙ୍କା

ଦିନ ୬: ୬.୦୫ କୋଟି ଟଙ୍କା

ଦିନ ୭: ୬.୦୨ କୋଟି ଟଙ୍କା

ଦିନ ୮: ୫.୫ କୋଟି ଟଙ୍କା

ଦିନ ୯: ୪.୭ କୋଟି ଟଙ୍କା

ଦିନ ୧୦: ୩.୦୭ କୋଟି ଟଙ୍କା

ଦିନ ୧୧: ୬କୋଟି ଟଙ୍କା

କହିବାକୁ ଗଲେ ଶୁକ୍ରବାର (ମାର୍ଚ୍ଚ ୧୭) ରେ ଅନେକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ଯେଉଁ କାରଣରୁ ତୁ ଝୁଠି ମେଁ ମକ୍କାର ଫିଲ୍ମ ପ୍ରଭାବିତ ହୋଇପାରେ ବୋଲି ଆଶା ରଖାଯାଇଥିଲା। ଦେଖିବାକୁ ଗଲେ ଏହାର ସଂଗ୍ରହରେ ସାମାନ୍ୟ ହ୍ରାସ ଘଟିଛି। କିନ୍ତୁ ଏପର୍ଯ୍ୟନ୍ତ ଏହା ଧିର ଗତିରେ ମାଡି ଚାଲିଛି ।

   Related Posts