Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ବକ୍ସ ଅଫିସ୍‌ରେ ଧମାଲ କରୁଛି ‘TJMM’, ଶନିବାର କଲା ଜବରଦସ୍ତ କଲେକସନ

12/03/2023 at 12:05 PM

ମୁମ୍ଵାଇ ୧୨।୦୩: ରଣବୀର କପୁର ଏବଂ ଶ୍ରଦ୍ଧା କପୁର। ତାଙ୍କର ଅଭିନୀତ ଚଳଚ୍ଚିତ୍ର ‘ତୁ ଝୁଠି ମେଁ ମକ୍କାର’ ବକ୍ସ ଅଫିସରେ ଧମାଲ କରୁଛି। ଏହା ହୋଲି ଅବସରରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରତିକ୍ରିୟା ପାଇଥିଲା। ଏହି ଚଳଚ୍ଚିତ୍ରଟି ଉଭୟ ଦର୍ଶକ ଏବଂ ସମାଲୋଚକଙ୍କ ଠାରୁ ଗ୍ରୀନ୍‌ ସିଗନାଲ ପାଇଛି।

ଏହି ଫିଲ୍ମ ଶନିବାର ଦିନ ବକ୍ସ ଅଫିସରେ ମଧ୍ୟ ନିଜର ରୋଜଗାର ଜାରି ରଖିଛି। ଖବର ଅନୁଯାୟୀ, ଫିଲ୍ମ ରିଲିଜ୍ ହେବାର ଚତୁର୍ଥ ଦିନରେ ପ୍ରାୟ ୧୩ କୋଟି ରୋଜଗାର କରିଛି। ହେଲେ ଫିଲ୍ମଟି ଗୁରୁବାର ଏବଂ ଶୁକ୍ରବାରରେ ସାମାନ୍ୟ ହ୍ରାସର ସମ୍ମୁଖୀନ ହେବାକୁ ପଡିଲା । କିନ୍ତୁ ବର୍ତ୍ତମାନ ଶନିବାର ଦିନ ଏଥିରେ ଏକ ବଡ ବମ୍ପର ଦେଖିବାକୁ ମିଳିଛି । ଶୁକ୍ରବାର ଦିନ ଏହି ଫିଲ୍ମରେ ପ୍ରାୟ ୮.୭୫ କୋଟି ନିଟ୍ ସଂଗ୍ରହ ହୋଇଥିଲା। ବକ୍ସ ଅଫିସ୍ ଇଣ୍ଡିଆ ଡଟ୍ କମ୍ ଅନୁଯାୟୀ ଶନିବାରର ସଂଗ୍ରହ ପ୍ରାୟ ୧୩.୫ କୋଟି ନିଟ୍ ହେବ ବୋଲି ଆଶା କରାଯାଉଛି । ଏହାର ତୃତୀୟ ଦିନ ସୁଦ୍ଧା ଏହି ଫିଲ୍ମଟି ପ୍ରାୟ ୩୧.୭୫ କୋଟି ସଂଗ୍ରହ କରିଥିଲା। କିନ୍ତୁ ଶନିବାରର  ପାଖାପାଖି ୫୦ କୋଟି ହେବ।

ତେବେ ରବିବାର ଦିନ ଫିଲ୍ମର ରୋଜଗାର ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ରବିବାର ଦିନ ଯଦି ଫିଲ୍ମଟି କଲେକସନ କଲା ଫିଲ୍ମର ପ୍ରଥମ ୱିକେଣ୍ଡ୍ ରୋଜଗାର ୬୦ କୋଟି ଟଙ୍କା ପାଖାପାଖି ପହଞ୍ଚିବ । ଚଳଚ୍ଚିତ୍ର ରିଲିଜ ହେବାର ପ୍ରଥମ ଦିନରେ ୧୫.୭୩ କୋଟି ଟଙ୍କା ସଂଗ୍ରହ କରିଥିଲା । ଅନ୍ୟପକ୍ଷରେ, ‘ତୁ ଝୁଠି ଥୀ ମେଁ ମକ୍କାର’ ଲଭ୍ ରଂଜନଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ । ଏଥିରେ ଡିମ୍ପଲ୍ କପାଡିଆ, ବୋନି କପୁର ମଧ୍ୟ ଅଭିନୟ କରିଛନ୍ତି।

   Related Posts