ଟ୍ରେନ୍‌ରେ ଯାତ୍ରୀଙ୍କୁ TTEଙ୍କ ଦୁର୍ବ୍ୟବହାର, ଭିଡିଓ ଭାଇରାଲ ପରେ ରେଳବାଇ କଲା ନିଲମ୍ଵିତ

Published By : Prameya-News7 Bureau | January 08, 2023 IST

 ନୂଆଦିଲ୍ଳୀ ୦୮।୦୧: ସାଧାରଣତଃ ସୋସିଆଲ୍‌ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଦେଖିବାକୁ ମିଳେ । ଯାହାକୁ ଦେଖିଲା ପରେ ହସକୁ ନିୟନ୍ତ୍ରଣ କରିପାରିବେ ନାହିଁ । ସେ ବିବାହ ଠାରୁ ଆରମ୍ଭ କରି ଡ୍ୟାନ୍ସ କମେଡି ଯାଏଁ । ସବୁ ଭାଇରାଲ୍‌ ହୋଇଥାଏ। କିନ୍ତୁ ବର୍ତ୍ତମାନ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବ । ଭାବିବେ ମାନିବିକତା ନାଁ ବୋଲି କିଛି ନାହିଁ । ଭିଡିଓଟି ଭାରତୀୟ ରେଳବାଇ ସହିତ ଜଡିତ। କୁହାଯାଉଛି ଯେ ଲୋକମାନ୍ୟ ତିଲକ ଟର୍ମିନାଲରୁ ଜୟନଗର ଅଭିମୁଖେ ଯାଉଥିବା ପୱନ ଏକ୍ସପ୍ରେସ ସମ୍ବନ୍ଧୀୟ। ଯେଉଁଥିରେ ଟ୍ରେନ୍ ଭିତରେ ଥିବା ଜଣେ ବ୍ୟକ୍ତି ଟିଟିଇ ସହିତ ଝଗଡା କରୁଥିବା ଦେଖିବାକୁ ମିଳିଥିଲା ​। ସେହି ସମୟରେ ଟିଟିଇ ବହୁତ ରାଗିଯାଇଥିଲେ। ତା ପରେ ଯାହା ଘଟିଥିଲା ତାହା ଅତି ନିନ୍ଦନୀୟ।

wp:html
/wp:html

ସୂଚନା ଅନୁଯାୟୀ, ଏହି ଆଶ୍ଚର୍ଯ୍ୟଜନକ ଘଟଣା ୨ ଜାନୁଆରୀର କୁହାଯାଉଛି। ଯେଉଁଠାରେ ସମସ୍ତିପୁର ରେଳ ବିଭାଗର ୨ଟିଟିଇ ଲୋକମାନିଆ ତିଲକ ଟର୍ମିନାଲରୁ ଜୟନଗର ଯାଉଥିବା ପୱନ ଏକ୍ସପ୍ରେସର ଜେନେରାଲ ବଗିରେ ଟିକେଟ୍‌ ଚେକ୍‌ କରୁଥିଲେ। ସେହି ସମୟରେ ଜଣେ ଯାତ୍ରୀକୁ ଟିକେଟ ଦେଖେଇବାକୁ କହିଥିଲେ । ହେଲେ ଯାତ୍ରୀ ପ୍ରଥମେ ନିଜକୁ ଟ୍ରେନର ଲୋକୋ ପାଇଲଟ୍ ବୋଲି କହିଥିଲେ। ଯେଉଁଥିରେ ଟିଟିଇ ଲୋକୋ ପାଇଲଟ୍ ହେବାର ID କାର୍ଡ ମାଗିଲେ। ଏହା ପରେ ଯାତ୍ରୀ ପୁନର୍ବାର ନିଜକୁ ଜଣେ ବଡ ଅଧିକାରୀ ବୋଲି କହିବା ଆରମ୍ଭ କଲେ। ଏହା ପରେ

ଯୁକ୍ତିତର୍କରୁ ଆରମ୍ଭ ହେଲା। ତାହା ଏତେ ବଢିଗଲା ଯେ ଯାତ୍ରୀ ଟିଟିଇକୁ ଗୋଇଠା ମାରିଲେ। ଏହା ପରେ ଟିଟିଇ ରାଗି ଯାଇଥିଲେ । ଯାତ୍ରୀଙ୍କୁ ଟାଣି ନେଇ ତାଙ୍କୁ ତଳେ ପକାଇ ଗୋଇଠା  ଏତେ  ମାରିଲେ ଯେ ସେ ଚେତାଶୂନ୍ୟ ହୋଇଗଲେ। ଯାହା ପରେ ସେଟାରେ ଥିବା ଉପସ୍ଥିତ ଲୋକ ରୋକିବାକୁ ଚେଷ୍ଟା କରିବା ସହ ବୁଝାଶୁଝା କରୁଛନ୍ତି। ହେଲେ ଜଣେ ଯାତ୍ରୀ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯାହାକୁ ଦେଖିବା ପରେ ରେଳବାଇର ବରିଷ୍ଠ ଅଧିକାରୀମାନେ ଅଭିଯୁକ୍ତ ଟିଟିଇଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କୁହାଯାଉଛି ଯେ ରେଳ ପ୍ରଶାସନ ଉଭୟ ଟିଟିକୁ ନିଲମ୍ଵିତ କରାଯାଇଛି। କିନ୍ତୁ କିଛି ଲୋକ କହିଛନ୍ତି ଯେ ରେଳବାଇ ତୁରନ୍ତ ଏହାର କର୍ମଚାରୀଙ୍କୁ ବାହାର ନକରି ଜେଲ ପଠାଇବା ଉଚିତ୍‌। ଏହି ଘଟଣାର ଭିଡିଓ ଦେଖି ୟୁଜର୍ସମାନେ ଖୁବ୍‌ ରାଗି ଯାଇଛନ୍ତି । ଯାହା ଅଧିକରୁ ଅଧିକ ଭାଇରାଲ କରାଯାଉଛି।।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.