ଇଣ୍ଡୋନେସିଆରେ ସୁନାମିରେ ମୃତ୍ୟୁ ସଂଖ୍ୟା ୪୦୦କୁ ବୃଦ୍ଧି

Published By : Prameya-News7 Bureau | September 29, 2018 IST

ଜାକର୍ତ୍ତା ୨୯/୦୯: ଗତକାଲି ଇଣ୍ଡୋନେସିଆର ସୁଲାଓ୍ବେସି ଦ୍ବୀପରେ ଭୂମିକମ୍ପ ହୋଇଥିଲା। ଭୂମିକମ୍ପର ତୀବ୍ରତା ରେକ୍ଟର ସ୍କେଲରେ ୭.୫ଥିଲା। ଭୂମିକମ୍ପ ପରେ ପାଲୁସ୍ଥିତ ସମୁଦ୍ରରେ ୬ଫୁଟ ଉଚ୍ଚତାର ସୁନାମି ଆସିଥିଲା। ସୁନାମି ଫଳରେ ବର୍ତ୍ତମାନ ସୁଦ୍ଧା ୪୦୦ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି। ଭୂମିକମ୍ପରେ ବହୁ ସଂଖ୍ୟାରେ ଘର ଭୁଷୁଡ଼ିପଡ଼ିଥିବାରୁ ଆହୁରି ଲୋକ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ସମସ୍ତେ ଭୟଭୀତ ଅବସ୍ଥାରେ ରହିଛନ୍ତି।  ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ସୂଚନା ଅନୁଯାୟୀ ଏବେ ମଧ୍ୟ ଅଧିକାଂଶ ପରିବାର ନିଖୋଜ ଅଛନ୍ତି। ଯୋଗାଯୋଗ ବିଛ୍ଛିନ୍ନ ହୋଇଥିବାରୁ ପରିସ୍ଥିତି ଆହୁରି ଜଟିଳ ହୋଇପଡିଛି। ଇଣ୍ଡୋନେସିଆକୁ ବିମାନ ସେବା ବନ୍ଦ କରାଯାଇଛି। ସୁରକ୍ଷାକର୍ମୀଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ୨୦୦୪ମସିହା ଡିସେମ୍ବର ମାସରେ ଇଣ୍ଡୋନେସିଆର ସୁମାତ୍ରା ଦ୍ବୀପରେ ୯.୧ରେକ୍ଟର ସ୍କେଲରେ ଭୂକମ୍ପ ହୋଇଥିଲା । ଏହାର ପ୍ରଭାବରେ ସୁନାମି ହୋଇଥିଲା ଯାହା ଫଳରେ ପାଖାପାଖି ଦେଶର ୨ଲକ୍ଷ ୩୦ହ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା। [gallery ids="46197"] ଇଏ ହେଉଛି ପାଲୁ ସହରର ଏକ ବହୁତଳ କୋଠା ଉପରୁ ସୁନାମିର ଭୟଙ୍କର ଦୃଶ୍ୟ।ଭୂକମ୍ପ କେନ୍ଦ୍ରରୁ ପ୍ରାୟ ୮୦ କିଲୋମିଟର ଦୂରରେ ଥିବା ଏହି ସ୍ଥାନରୁ ସୁନାମିର ବିନାଶକାରୀ ରୂପ ସ୍ପଷ୍ଟ ଭାବେ ଦେଖି ହେଉଛି। ପ୍ରାୟ ୬ ଫୁଟ୍ ଉଚ୍ଚ ଢେଉ ଉଠୁଛି। ଲାଗୁଛି ଯେମିତି ପ୍ରକୃତି ଆଣିଛି ବିନାଶ। ସୁନାମିର ଏଭଳି ଭୟଙ୍କର ରୂପ ସେଠାକାର ଲୋକଙ୍କ ଭିତରେ ଖେଳାଇ ଦେଇଛି ଆତଙ୍କ। ଶୁକ୍ରବାର ଶକ୍ତିଶାଳୀ ଭୂକମ୍ପରେ ଦୋହଲିଥିଲା ଇଣ୍ଡୋନେସିଆ। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ରହିଛି ୭.୫। ଆମେରିକୀୟ ଭୁଗର୍ଭ ସର୍ବେକ୍ଷଣ ବିଭାଗର ତଥ୍ୟ ଅନୁସାରେ, ମଧ୍ୟ ସୁଲାବେସୀର ଡୋଙ୍ଗଲାରେ ୧୦କିଲୋମିଟର ଗଭୀରରେ ରହିଥିଲା  ଭୂକମ୍ପର କେନ୍ଦ୍ରସ୍ଥଳ । ଏହାର ପ୍ରଭାବରେ ସମୁଦ୍ରରେ ୨ମିଟର ଉଚ୍ଚ ଢେଉ ଆସିଥିଲା। ଅନେକ ବହୁତଳ କୋଠା ଓ ଘର ଏହାଦ୍ବାରା କ୍ଷତିଗ୍ରସ୍ତ ହୋଇଛି।… ଘର, ଧର୍ମସ୍ଥଳ, ବହୁତଳ କୋଠା, ପ୍ରଳୟ ମୁହଁରୁ କିଛି ବି ବାଦ୍ ପଡିନି। ପ୍ରକୃତିର କୋପ ଆଗରେ ଭାଙ୍ଗି ରୁଜି ନଷ୍ଟ ହୋଇଯାଇଛି ସବୁ କିଛି। ଜୀବନ ଯାଇଛି, ବାସହରା ହୋଇଛନ୍ତି ଅନେକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.