ୟୁଟ୍ୟୁବ ଦେଖି କରୁଥିଲେ ଗର୍ଭପାତ : ପଡିଗଲା ମହଙ୍ଗା, ଅବସ୍ଥା ଖରାପ ହେବାରୁ ହସ୍ପିଟାଲରେ ହେଲେ ଭର୍ତ୍ତି

Published By : Prameya-News7 Bureau | September 28, 2021 IST

ମହାରାଷ୍ଟ୍ର ୨୮/୦୯: ୟୁଟ୍ୟୁବ କାହା ପାଇଁ ସୁଫଳ ହେଉଛି କାହା ପାଇଁ କାଳ ସାଜୁଛି । ଅନେକ ଲୋକେ ଏହି ୟୁଟ୍ୟୁବ ଦେଖି ବ୍ୟବସାୟତଥା ଅନେକ କ୍ଷେତ୍ରରେ ସଫଳତା ହାସଲ କରୁଥିବା ବେଳେ ଆଉ କିଛି ଭୟାନକ ଦୁର୍ଘଟଣାର ଶିକାର ହେଉଛନ୍ତି । ଏମିତି ଜଣେ ମହାରାଷ୍ଟ୍ରର ନାଗପୁରରେ ୨୫ ବର୍ଷ ବୟସ୍କା ମହିଳାଙ୍କ ଅବସ୍ଥା ଏମିତି ହୋଇଛି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ଗୁରୁତର ରହଛି ।

ସୂଚନା ଥାଉକି ୨୫ ବର୍ଷୀୟା ମହିଳା ଜଣଙ୍କ ଗର୍ଭବତୀ ଥିଲେ । ସେ ୟୁଟ୍ୟୁବରେ ଏକ ଭିଡିଓ ଦେଖିବା ପରେ ତାଙ୍କୁ ନିଜର ଗର୍ଭ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ । ହେଲେ ଏମିତି କରୁ କରୁ ତାଙ୍କ ଅବସ୍ଥା ବିଗିଡି ଯାଇଛି । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା । ଏଥିସହ ତାଙ୍କୁ ଗର୍ଭବତୀ କରାଇଥିବା ବ୍ୟକ୍ତିଙ୍କ ବିରୋଧରେ ବଳାତ୍କାର ତଥା ଅନ୍ୟ ମାମଲା ରୁଜୁ କରାଯାଇଛି ।

ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ ଗୁରୁବାର ଦିନ ସହରର ଯଶୋଦରା ନାଗର ଅଞ୍ଚଳରେ ଏହି ଘଟଣା ଘଟିଛି । ସେ କହିଛନ୍ତି, 'ମହିଳା ଆମକୁ କହିଛନ୍ତି ଯେ ସୋଏବ ଖାନ ନାମକ ଜଣେ ବ୍ୟକ୍ତି ବିବାହର ପ୍ରଲୋଭନ ଦେଖାଇ ୨୦୧୬ ମସିହାରୁ ତାଙ୍କୁ ବଳାତ୍କାର କରୁଥିଲେ । ଯେତେବେଳେ ସେ ଗର୍ଭବତୀ ହେଲେ, ଖାନ ୟୁଟ୍ୟୁବ ଦେଖି ଗର୍ଭପାତ କରିବାକୁ ପରାମର୍ଶ ଦେଇଥିଲେ।

ଏମିତିକି ସେହି ଅନୁସାରେ ଔଷଧ ନେବାକୁ ବି କହିଥିଲେ । ସେ କହିଛନ୍ତି ଯେ ଗର୍ଭପାତ କରିବାକୁ ଚେଷ୍ଟା କରୁଥିବାବେଳେ ମହିଳାଙ୍କ ଅବସ୍ଥା ବିଗିଡି ଯାଇଥିଲା । ପରିବାର ସଦସ୍ୟ ତାଙ୍କୁ ଡାକ୍ତରଖାନା ନେବାକୁ ପଡୁଥିଲା । ଏବେ ବଳାତ୍କାର ଅଭିଯୋଗରେ ଖାନଙ୍କୁ ଗିରଫ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.