ନିଶ୍ଚୟ ପିଅନ୍ତୁ ଏହି ୩ଟି ଜୁସ୍, ନିୟନ୍ତ୍ରଣରେ ରହିବ ଥାଇରଏଡ୍

Published By : Prameya-News7 Bureau | May 31, 2022 IST

ଥାଇରଏଡକୁ ନିୟନ୍ତ୍ରଣରେ ରଖିବାକୁ ହେଲେ ଖାଦ୍ୟରେ କିଛି ପରିବର୍ତ୍ତନ କରିବାକୁ ହେବ । ଏମିତି କିଛି ଜୁସ୍ ଇଛି ଯାହାକୁ ପିଇ ଥାଇରଏଡକୁ ନିୟନ୍ତ୍ରଣରେ ରଖିପାରିବା । ତେବେ ଆସନ୍ତୁ ଜାଣିବା ଏହା କେଉଁ ପ୍ରକାରର ଜୁସ୍ ଯାହାକୁ ପିଇବା ଦ୍ବାରା ଥାଇରଏଡ୍ ନିୟନ୍ତ୍ରଣରେ ରହିପାରିବ ।

ବିଶ୍ବାସ କରାଯାଏ ଯେ ଥାଇରଏଡ୍ ଓଜନ ବୃଦ୍ଧି କରାଇଥାଏ । ଅଧିକାଂଶ ଲୋକ ଏହାକୁ ଔଷଧ ଦ୍ବାରା ନିୟନ୍ତ୍ରଣ କରୁଥିବା କିଛି ଲୋକ ସେମାନଙ୍କର ଖାଦ୍ୟରେ ପରିବର୍ତ୍ତନ କରି ଏହାକୁ ନିୟନ୍ତ୍ରଣ କରିଥାନ୍ତି । ଆପଣ ଏଥିପାଇଁ ଲାଉ ଜୁସ୍ ମଧ୍ୟ ପିଇପାରିବେ ।ଏହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏମିତିରେ ତ ଲାଉ ସମସ୍ତଙ୍କ ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ଯଦି ଆପଣଙ୍କର ଥାଇରଏଡ୍ ଥାଏ ତେବେ ନିଶ୍ଚିତ ଭାବେ ଆପଣ ଖାଦ୍ୟରେ ଲାଉ ରସ ସାମିଲ କରନ୍ତୁ । ଏହାକୁ ପିଇବା ଦ୍ବାରା ଥାଇରଏଡ୍ ନିୟନ୍ତ୍ରଣରେ ରହିବାକୁ ଲାଗିଥାଏ ।

ୱାଟରକ୍ରେସ୍‌ର ରସ ମଧ୍ୟ ଥାଇରଏଡ୍‌କୁ ନିୟନ୍ତ୍ରଣରେ ରଖିଥାଏ । ଏହାକୁ ପ୍ରସ୍ତୁତ କରିବା ପାଇଁ ଦୁଇ କପ୍ ୱାଟରକ୍ରେସ୍‌ ପତ୍ର ଏବଂ ୨ଟି ସେଓକୁ ଭଲ ଭାବରେ ଧୋଇ କାଟି ଦିଅନ୍ତୁ । ଏହାକୁ ଭଲଭାବେ ମିକ୍ସରରେ ପେଶୀ ଦିଅନ୍ତୁ । ଯଦି ସମ୍ଭବ ତେବେ ଏକ ଚାମଚ ଲେମ୍ବୁ ରସ ମିଶାଇ ତାହାକୁ ସେବନ କରନ୍ତୁ । କୁହାଯାଏ ଯେ ଏହାକୁ ଖାଇବା ଦ୍ବାରା ଓଜନ ମଧ୍ୟ ହ୍ରାସ ହୋଇଥାଏ ।

ଏହା ବ୍ୟତୀତ ବିଟ୍ ରୁଟ୍ ଏବଂ ଗାଜର ରସ ମଧ୍ୟ ଆପଣଙ୍କ ଖାଦ୍ୟରେ ସାମିଲ କରିପାରିବେ । ବିଶ୍ବାସ କରାଯାଏ ଯେ ଏହି ଦୁଇଟି ରସ ଥାଇରଏଡ୍ ପାଇଁ ବହୁତ ଲାଭଦାୟକ । ଏହାକୁ ପିଇବା ଦ୍ବାରା ଶରୀରରେ ରକ୍ତ ବୃଦ୍ଧି ପାଇଥାଏ ଏବଂ ଆଇରନ୍‌ର ଅଭାବ ପୂରଣ ହୋଇଥାଏ ।

ବି.ଦ୍ର.- ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଏବଂ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ଡାକ୍ତରୀ ପରାମର୍ଶ ନିଅନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.