ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୋଏଲ ନଦୀରେ ଛାତ୍ର ନିଖୋଜ ଘଟଣା: ତୃତୀୟ ଛାତ୍ରର ମୃତଦେହ ଉଦ୍ଧାର, ଅକାଳରେ ଚାଲିଗଲା ୩ ଜଣଙ୍କ ଜୀବନ

21/12/2020 at 1:39 PM

ରାଉକେଲା୨୦/୧୨: କୋଏଲ ନଦୀରେ ଛାତ୍ର ନିଖୋଜ ଘଟଣାରେ ତୃତୀୟ ଛାତ୍ର କୌଶିକ ମଲ୍ଲିକଙ୍କ ମୃତଦେହ ଉଦ୍ଧାର ହୋଇଛି।  କୋଏଲ ନଦୀରେ ଗାଧୋଇବା ବେଳେ ଜଳ ସ୍ରୋତରେ ୩ ଜଣ ଦଶମ ଶ୍ରେଣୀ ଛାତ୍ର ଭାସିଯାଇଥିଲେ। ସ୍ଥାନୀୟ ଲୋକେ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ବହୁ ଖୋଜାଖୋଜି ପରେ ୨ ଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଥିଲେ।

ଆଜି ପୁଣି ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ରୂପେଶ ପ୍ରସାଦ, ସୁଜନ ଶର୍ମା ଏବଂ କୌଶିକ ମଲ୍ଲିକ। ରାଉରକେଲାର ଦୀପିକା ସ୍କୁଲରେ ଏହି ୩ ଜଣ ଛାତ୍ର ଦଶମ ଶ୍ରେଣୀରେ ପାଠ ପଢ଼ନ୍ତି। ବଣ ଭୋଜି ପାଇଁ ୯ ଜଣ ସାଙ୍ଗ ଏକାଠି ଯାଇଥିଲେ। NIT ପଛ ଗେଟରେ ପିକନିକ କରିବା ସମୟରେ ୪ ଛାତ୍ର କୋଏଲ ନଦୀ ମିଟକୁନ୍ଦୁରି ଘାଟକୁ ଗାଧୋଇବାକୁ ଯାଇଥିଲେ । ଆଉ ଗାଧୋଇବା ସମୟରେ ବୁଡି ୪ ଜଣ ସାଙ୍ଗ ବୁଡି ଯାଇଥିଲେ। ଜଣେ ପହଁରି ପହଁରି କୂଳକୁ ଆସିଥିବା ବେଳେ ୩ ନିଖୋଜ ହୋଇଗଲେ। 

   Related Posts