ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ରାକେଶ ଟିକାୟତଙ୍କୁ କାଳି ମାଡ଼ ଘଟଣା: କାରଣ କହିଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ?

2/06/2022 at 2:24 PM

ବେଙ୍ଗାଲୁରୁ ୨।୬: ଭାରତୀୟ କିଶାନ ୟୁନିୟନ ନେତା ରାକେଶ ଟିକାୟତଙ୍କ ଉପରକୁ ଶ୍ୟାହୀ ଫିଙ୍ଗା ମାମଲାର ସତ୍ୟତା ଏବେ ସାମ୍ନାକୁ ଆସିଛି। ମାମଲାରେ ଗିରଫ ଅଭିଯୁକ୍ତମାନେ ୟୁ-ଟର୍ଣ୍ଣ ନେଇଛନ୍ତି। କୃଷକ ନେତା କନ୍ନଡରେ ଭାଷଣ ନ ଦେବା ଯୋଗୁ ସେମାନେ ଶ୍ୟାହୀ ଫିଙ୍ଗିଥିବାର କହିଛନ୍ତି। ତେବେ ଅଭିଯୁକ୍ତଙ୍କ ବୟାନର ସତ୍ୟତା ଯାଞ୍ଚ କରାଯାଉଥିବା ପୋଲିସ ଗୁରୁବାର କହିଛି।

ଉଲ୍ଲେଖ ଯୋଗ୍ୟ ଯେ ଗତ ସୋମବାର ବେଙ୍ଗାଲୁରୁ ଗାନ୍ଧି ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ କାଳରେ ଟିକାୟତଙ୍କ ଉପରକୁ ଶ୍ୟାହୀ ଆକ୍ରମଣ କରାଯାଇଥିଲା। ଅଭିଯୁକ୍ତମାନେ ଆକ୍ରମଣ କରିବା ବେଳେ ଓ ପୋଲିସ ସେମାନଙ୍କୁ ଗିରଫ କରି ନେଉଥିବା ବେଳେ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ନେଉଥିଲେ।

ତେବେ ମାମଲାର ତଦନ୍ତକାରୀ ଅଧିକାରୀମାନେ ଏହା ସୁଚିନ୍ତିତ ଆକ୍ରମଣ ଷଡ଼ଯନ୍ତ୍ର ବୋଲି ଆଶଙ୍କା କରୁଛନ୍ତି।  ଏଥିରୁ ଅଭିଯୁକ୍ତଙ୍କ ବୟାନ ଭ୍ରମାତ୍ମକ ଓ ମାମଲାର ଆଗାକୁ ଯାଞ୍ଚ ହେବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି। ପୋଲିସ ଅଭିଯୁକ୍ତମାନଙ୍କୁ ୬ ଦିନିଆ ରିମାଣ୍ଡରେ ଆଣିଛି। ଏହି ଯାଞ୍ଚ କାଳରେ ଅଭିଯୁକ୍ତମାନଙ୍କ ପୂର୍ବ ଅପରାଧ ସମ୍ପର୍କରେ ମଧ୍ୟ ସୂଚନା ମିଳିଛି। ଏଥିରୁ ଅଭିଯୁକ୍ତ ଶିବ କୁମାର ମଞ୍ଚ ଉପରକୁ ଆସି ରାକେଶ ଟିକାୟତଙ୍କ ଉପରକୁ କାଳି ମାଡ କରିବା ପରେ ମଞ୍ଚରୁ ଅନ୍ୟ କୃଷକ ନେତାଙ୍କୁ ମଧ୍ୟ ଆକ୍ରମଣ ଲାଗି ଉଦ୍ୟମ କରିଥିଲେ।

ତଦନ୍ତକାଳରେ ଶିବକୁମାର ଏକ ହତ୍ୟା ମାମଲାର ଅଭିଯୁକ୍ତ ଥିବା ଓ କୋର୍ଟ ତାଙ୍କୁ ମାମଲାରେ ଆଜୀବନ କାରାଦଣ୍ଡାଦେଶ କରିଥିବାର ଜଣାପଡିଛି। ତେବେ ତାଙ୍କର ଭଲ ଆଚରଣ ଲାଗି ୨୦୧୫ ମସିହାରେ ସେ ଜେଲରୁ ମୁକ୍ତ ହୋଇଥିବା ବେଳେ ଏଭେ ଭଉଣୀଙ୍କ ସହ ମିଶି ଏକ ସଙ୍ଗଠନରେ ସକ୍ରିୟ କାର୍ଯ୍ୟ କରୁଛନ୍ତି ଓ ଅନେକ ବିରୋଧ ପ୍ରଦର୍ଶନରେ ଅଂଶଗ୍ରହଣ କରିଛନ୍ତି। ଅନ୍ୟ ଅପରାଧ ସହ ତାଙ୍କ ସମ୍ପୃକ୍ତିର ପୋଲିସ ତଦନ୍ତ କରୁଛି।

ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ପ୍ରଦୀପ ଜଣେ କ୍ୟାବ୍ ଡ୍ରାଇଭର ବୋଲି ଜଣାପଡିଛି। ପ୍ରଦୀପ ମଞ୍ଚରେ ରାକେଶ ଟିକାୟତ ଓ ଅନ୍ୟମାନଙ୍କ ଉପରେ କାଳିମାଡ କରିଥିଲେ। ପୋଲିସ ଏବେ ଘଟଣା ବେଳେ ଅଭିଯୁକ୍ତଙ୍କ ସହ ଥିବା ମହିଳାମାନଙ୍କର ସନ୍ଧାନ କରୁଛି ଯେଉଁ ମାନେ ଘଟଣା ପରେ ଫେରାର ହୋଇଯାଇଛନ୍ତି। ରାକେଶ ଟିକାୟତ କର୍ଣ୍ଣାଟକ କିଷାନ ସଂଘ ଓ ହସେରୁ ସେନା ଦ୍ୱାରା ‘କୃଶକ ଆନ୍ଦୋଳନ ଆତ୍ମ ନିରୀକ୍ଷଣ ଓ ସ୍ପଷ୍ଟିକରଣ’ ବୈଠକରେ ଯୋଗଦେଇଥିଲେ। ଏହି ଘଟଣାକୁ କଂଗ୍ରେସ ରାଜ୍ୟ ଉପରେ କଳାଦାଗ ବୋଲି କହିଥିଲା।

   Related Posts