କମଲନାଥଙ୍କ ଇସ୍ତଫା ପରେ କହିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ- ପୁଣି ଥରେ ସତ୍ୟର ବିଜୟ ହୋଇଛି

Published By : Prameya-News7 Bureau | March 20, 2020 IST

ଭୋପାଳ ୨୦।୦୩: କ୍ଷମତା ନେଇ ମଧ୍ୟ ପ୍ରଦେଶରେ ଗତ ୧୭ ଦିନ ହେବ ଜାରି ରାଜନୈତିକ ଲଢେଇର ଆଜି ପରିସମାପ୍ତି ଘଟିଛି। ଆସ୍ଥା ଭୋଟ୍ ଫୂର୍ବରୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ କମଲନାଥ। ଏହା ସହିତ ୧୫ ମାସର କଂଗ୍ରେସ ସରକାର ଭାଙ୍ଗି ଯାଇଛି। ଏହା ମଧ୍ୟରେ ଭାରତୀୟ ଜନତା ପାର୍ଟି(ବିଜେପି) ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଶୁକ୍ରବାର କହିଛନ୍ତି ଯେ, କମଲନାଥ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଏହା ରାଜ୍ୟବାସୀଙ୍କର ବିଜୟ।

ଆଜି ମଧ୍ୟ ପ୍ରଦେଶର ଜନତା ବିଜୟୀ ହୋଇଛନ୍ତି। ମୁଁ ସର୍ବଦା ବିଶ୍ଵାସ କରି ଆସିଛି ଯେ, ଲୋକଙ୍କ ସେବା କରିବା ରାଜନୀତି ଏକ ମାଧ୍ୟମ। ମାତ୍ର ରାଜ୍ୟ ସରକାର ଏଥିରୁ ପଥଚ୍ୟୁତ୍ ହୋଇଥିଲା। ପୁଣି ଥରେ ସତ୍ୟର ବିଜୟ ହେଲା। ସତ୍ୟମେବ ଜୟତେ ବୋଲି ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି।

{"id":241476,"sizeSlug":"large"}

ଉଲ୍ଲେଖଯୋଗ୍ୟ  କମଲନାଥ ସକରାର ଅନେକ ଦିନ ଅଳ୍ପମତ ସରକାରଙ୍କୁ ଚଳାଇ ଆସୁଥିଲେ। ବିଶେଷ କରି ସେ ୨୨ ବିଦ୍ରୋହୀ ବିଧାୟକଙ୍କୁ ମନାଇବାରେ ବିଫଳ ହୋଇଥିଲେ। ସେଥିରୁ ବାଚସ୍ପତି ୬ ଜଣ ମନ୍ତ୍ରୀଙ୍କ ଇସ୍ତଫା ସ୍ଵୀକାର କରିଥିଲେ। ଏତେ ସଂଖ୍ୟକ ବିଧାୟକଙ୍କ ଇସ୍ତଫା ପରେ ମଧ୍ୟ ପ୍ରଦେଶ ସରକାର ଉପରେ ସଙ୍କଟ ଘନେଇବାରେ ଲାଗିଥିଲା।

ଶୁକ୍ରବାର ସନ୍ଧ୍ୟା ୫ଟା ସୁଦ୍ଧା ଗୃହରେ ଶକ୍ତି ପରୀକ୍ଷା କରିବାକୁ ସୁପ୍ରିମକୋର୍ଟ କମଲନାଥ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିଜ ପଦରୁ ଇସ୍ତଫା ଦେବା ପୂର୍ବରୁ କମଲନାଥ ବିଜେପି ଉପରେ ଖୁବ୍ ବର୍ଷିଥିଲେ। ସେ କହିଛନ୍ତି ଯେ ଏକ ସ୍ଥିର ସରକାରକୁ ବିଜେପି ଅସ୍ଥିର କରି ଭାଙ୍ଗିଛି। ସତ୍ୟ ପଦାକୁ ଆସିବ। ଜନତା ସେମାନଙ୍କୁ କ୍ଷମା କରିବେ ନାହିଁ ବୋଲି କମଲନାଥ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ମୁଁ ଗତ ୧୫ ମାସ ହେବ ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣ କରି ଆସିଥିଲି। ବିଜେପି ରାଜ୍ୟରେ ୧୫ ବର୍ଷ ଧରି ଶାସନ କରିଛି ଯେଉଁଠି ମୁଁ ମାତ୍ର ୧୫ ମାସ ସରକାର ଚଳାଇଛି। ବିଜେପି ଚକ୍ରାନ୍ତ କରି ୨୨ ବିଧାୟକଙ୍କୁ ବେଙ୍ଗାଲୁରୁ ନେଇଗଲା ଏବଂ ଇସ୍ତଫା ଦେବାକୁ ବିଧାୟକଙ୍କ ଉପରେ ଚାପ ପକାଇଲା ବୋଲି କମଲନାଥ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.