ଟ୍ରମ୍ପଙ୍କୁ ବଡ଼ ଆଶ୍ୱସ୍ତି, ନିର୍ବାଚନ ଜିତିବା ପରେ ସବୁ ଅପରାଧିକ ମାମଲା ଉପରେ ରୋକ ଲଗାଇଲେ ଜଜ୍

Published By : Prameya-News7 Bureau | November 12, 2024 IST

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ହ୍ୱାଇଟ୍ ହାଉସକୁ ପ୍ରବେଶ କରିବାକୁ ଯାଉଛନ୍ତି । ଏହାରି ଭିତରେ ତାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ମଙ୍ଗଳବାର ନ୍ୟୁୟର୍କର ଏକ ଅଦାଲତ ଟ୍ରମ୍ପଙ୍କ ବିରୋଧରେ ପୂର୍ବରୁ ସ୍ଥିର ଅପରାଧିକ ମାମଲାରେ ଶୁଣାଣି ଉପରେ ରୋକ୍ ଲଗାଇଛନ୍ତି । ଏଥିରେ ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡେନିୟଲ୍ସଙ୍କୁ ଟଙ୍କା ଦେଇ ଚୁପା କରାଇବା ମାମଲା ମଧ୍ୟ ସାମିଲ ରହିଛି ।

ସାର୍ବଜନୀନ ହୋଇଥିବା ଏକ ଦସ୍ତାବିଜରୁ ଜଣାପଡ଼ିଛି ଯେ ନ୍ୟୁୟର୍କ ଷ୍ଟେଟ୍‌ର ନ୍ୟାୟଧୀଶ ଜୁଆନ ମର୍ଚେନ ରାଷ୍ଟ୍ରପତି-ନିର୍ବାଚିତ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପୂର୍ବରୁ ସ୍ଥିର ହୋଇଥିବା ଅପରାଧିକ ମାମଲାକୁ ଆଗକୁ ବଢାଇବା ଉପରେ ରୋକ ଲଗାଇଛନ୍ତି । ସୁପ୍ରିମକୋର୍ଟଙ୍କ ଜୁଲାଇ ନିଷ୍ପତ୍ତି ଯୋଗୁଁ ଟ୍ରମ୍ପଙ୍କ ଦଣ୍ଡ ରଦ୍ଦ ହୋଇପାରିବ କି ନାହିଁ ଜଜ୍ ଜୁଆନ ଏହା ନିଷ୍ପତ୍ତି ନେଇଥାନ୍ତେ । ନଭେମ୍ୱର ୨୬ରେ ଟ୍ରମ୍ପଙ୍କୁ ଦଣ୍ଡବିଧାନର ଯୋଜନା ଥିଲା । 

ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଜିତି ସାରିଛନ୍ତି, କିନ୍ତୁ ତାଙ୍କ ବିରୋଧରେ ଥିବା ଅପରାଧିକ ମାମଲାର କଣ ହେବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଟ୍ରମ୍ପଙ୍କ ବିରୋଧରେ ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡେନିୟଲ୍ସଙ୍କୁ ଟଙ୍କା ଦେଇ ଦସ୍ତାବିଜରେ ହେରାଫେରି କରିବା, ଦସ୍ତାବିଜର ଦୁରୁପଯୋଗ କରିବା ଏବଂ ନିର୍ବାଚନରେ ହସ୍ତକ୍ଷେପ ପରି ୩୪ ଅପରାଧିକ ମାମଲା ସାମିଲ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.