ଟ୍ରମ୍ପଙ୍କ tweet: କରୋନା ଠିକ୍‌ ଫ୍ଲୁ ଭଳି ! ଏବେ ଏହା ସହ ଆମକୁ ବଞ୍ଚିବାକୁ ହେବ

Published By : Prameya-News7 Bureau | October 06, 2020 IST

ୱାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାଲ୍ଟର ରିଡ୍‌ ହସ୍ପିଟାଲରୁ ଡିଶ୍ଚାର୍ଜ ହୋଇ ହ୍ୱାଇଟ୍ ହାଉସ୍‌ ଫେରିବାପରେ ମଙ୍ଗଳବାର ଏକ ଟ୍ୱିଟ୍‌ କରିଛନ୍ତି। ଏଥିରେ ସେ କରୋନାକୁ ଫ୍ଲୁ ସହ ତୁଳନା କରିବାକୁ ଚେଷ୍ଟା କରିଛନ୍ତି। ଟ୍ୱିଟ୍‌ରେ କରୋନାକୁ ସେ ଠିକ୍‌ ଫ୍ଲୁ ଭଳି କହିଛନ୍ତି। ଫ୍ଲୁ ଲାଗି ଦେଶରେ ଚିକିତ୍ସା ଓ ଟିକା ଅଛି। ହେଲେବି ପ୍ରତିବର୍ଷ ଫ୍ଲୁରେ ହଜାର ହଜାର ଲୋକେ ପ୍ରାଣ ହରାଉଛନ୍ତି। ଫ୍ଲୁ ଲାଗି କେବେ ଆମେ ଦେଶକୁ ଅଚଳ କରିନେ ଏବେ କରୋନାକୁ ଆମ ଉପରେ ଲଦି ହେବାକୁ ଦେବାନି ବୋଲି ଉଲ୍ଲେଖ କରିଛନ୍ତି।  

wp:html /wp:html

ଆଗକୁ ଆସୁଛି ଫ୍ଲୁ ଋତୁ!
ଟ୍ରମ୍ପ ତାଙ୍କ ଟ୍ୱିଟ୍‌ରେ ଆଗକୁ ଫ୍ଲୁ ଋତୁ ଆସୁଥିବା ଲୋକଙ୍କୁ ସତର୍କ କରାଇଛନ୍ତି। ଏଣୁ ଫ୍ଲୁରେ କରୋନା ଲାଗି ଆମେ ଅଧିକ ସତର୍କ ହେବା ବୋଲି ଟ୍ରମ୍ପ ଦେଶବାସୀଙ୍କୁ ସଚେତନ କରିଛନ୍ତି। ଆମେ ଫ୍ଲୁ ସହ ବଞ୍ଚିବାର ଅଭ୍ୟାସ କରିନେଇଛେ। ଠିକ୍ ସେହି ଭଳି ଆମେ କରୋନା ସହ ବଞ୍ଚିବା  ଶିଖିବା। ଫ୍ଲୁ ପାଇଁ କେବେ ଆମେ କେବେ ଦେଶକୁ ଅଚଳ କରିନେ। ଏବେ ଠିକ୍ ସେହିଭଳି କରୋନା ଲାଗି ମଧ୍ୟ ଆଉ ଦେଶକୁ ଅଚଳ  କରିବାକୁ ଚିନ୍ତା କରିବାନି ବୋଲି ରାଷ୍ଟ୍ରପତି କହିଛନ୍ତି।

wp:html /wp:html

ଟ୍ରମ୍ପ ହ୍ୱାଇଟ୍ ହାଉସ୍ ଫେରିବା ପୂର୍ବରୁ ଆମେରିକୀୟଙ୍କୁ ଏକ ବାର୍ତ୍ତାରେ କୋଭିଡ-୧୯ ଲାଗି ଭୟଭୀତ ନ ହେବା ପାଇଁ ପରାମର୍ଶ ଦେଇଥିଲେ। କରୋନାକୁ ଦୈନନ୍ଦିନ ଜୀବନ ଘୋଡାଇ ହେବାକୁ ଦିଅନ୍ତୁନାହିଁ ବୋଲି ରାଷ୍ଟ୍ରପତି କହିଥିଲେ। ସୋମବାର ଚିକିତ୍ସା ପରେ ୱାଲ୍ଟର ରିଡ୍ ହସ୍ପିଟାଲ କର୍ତ୍ତୃପକ୍ଷ ଟ୍ରମ୍ପଙ୍କୁ ଡିଶ୍ଚାର୍ଯ କରିଛନ୍ତି। ତେବେ ସେ ଦୁଇ ଦିନ ପୂର୍ବରୁ ମଧ୍ୟ ହସ୍ପିଟାଲରୁ ଡିଶ୍ଚାର୍ଯ ହୋଇପାରିଥାନ୍ତେ ବୋଲି ଏକ ରେକର୍ଡେଡ ଭିଡିଓରେ କହିଛନ୍ତି। ସେତେବେଳେ ସେ ନିଜକୁ ଖୁବ୍ ସୁସ୍ଥ ଅନୁଭବ କରୁଥିଲେ ବୋଲି ବାର୍ତ୍ତାରେ କହିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.