ଆମେରିକା ପହଞ୍ଚିବା ପରେ ଟ୍ରମ୍ପଙ୍କ ଟ୍ୱିଟ୍ : 'India was great, trip very sucessful'

Published By : Prameya-News7 Bureau | February 26, 2020 IST

ୱାସିଂଟନ ୨୬।୨:  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପରିବାର ବୁଧବାର ସକୁଶଳେ ଆମେରିକା ପହଞ୍ଚିଛନ୍ତି। ଆମେରିକା ପହଞ୍ଚିଥିବା ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସୂଚିତ କରିଥିବା ବେଳେ ଏଥିରେ ଭାରତକୁ ଏକ ମହାନ ଦେଶ ବୋଲି ଉଲ୍ଲେଖ କରିଛନ୍ତି। ସେହିପରି ତାଙ୍କର ଗସ୍ତ କାର୍ଯ୍ୟକ୍ରମକୁ ଏକ ସଫଳତମ ଯାତ୍ରା ଥିଲାବୋଲି ଉଲ୍ଲେଖ କରିଛନ୍ତି ଟ୍ରମ୍ପ।

wp:html /wp:html

ସୂଚନାଯୋଗ୍ୟ ଯେ ଆମେରିକା ରାଷ୍ଟ୍ରପତି, ତାଙ୍କ ପରିବାର ଓ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗତ ୨୪ ଓ ୨୫ଫେବୃଆରୀ ଦୁଇ ଦିବସୀୟ ଭାରତ ଗସ୍ତରେ ଆସିଥିଲେ। ଏହି ଗସ୍ତକାଳରେ ଆମେରିକା ରାଷ୍ଟ୍ରପତିଙ୍କ ସ୍ୱାଗତ ଲାଗି ଭାରତ ପକ୍ଷରୁ ଅହମ୍ମଦାବାଦ ମୋଟେରା ଷ୍ଟାଡିୟମରେ 'ନମସ୍ତେ ଟ୍ରମ୍ପ' କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ରାଷ୍ଟ୍ରପତିଙ୍କ ପରିବାର ଆଗରାରେ ତାଜମହଲ ପରିଦର୍ଶନ କରିଥିଲେ। ଯାତ୍ରାର ଦ୍ୱିତୀୟ ଦିନ ରାଷ୍ଟ୍ରପତି ଭବନ ପକ୍ଷରୁ ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାଗତ ଲାଗି ୨୧ ତୋପ ସଲାମୀ ସମେତ ସମ୍ମାନରେ ବାଙ୍କ୍ୱେଟ୍ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଗସ୍ତକାଳରେ ହାଇଦ୍ରାବାଦ ହାଉସରେ ଭାରତ ଆମେରିକା ବିଭିନ୍ନ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଏହି ଅବସରରେ ଆମେରିକା ସହ ଭାରତ ୩ ବିଲିୟନ ଡଲାରର ପ୍ରତି ରକ୍ଷା କ୍ରୟ ଲାଗି ରାଜିନାମା ସ୍ୱାକ୍ଷର କରିଛି। 

wp:html /wp:html

ଏଥିଲାଗି ଆମେରିକା ସୁରକ୍ଷା ପରାମର୍ଶଦାତା ଭାରତରୁ ଫେରିବା ପୂର୍ବରୁ ଭାରତ ଓ ଭାରତବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏବେ ରାଷ୍ଟ୍ରପତିଙ୍କ ପ୍ରତ୍ୟାବର୍ତ୍ତନ ପରେ ହ୍ୱାଇଟ୍ ହାଉସ୍ ପକ୍ଷରୁ ଏକ ଟ୍ୱିଟ୍ ବାର୍ତ୍ତାରେ  'ହ୍ୱାଇଟ୍ ହାଉସ ଭାରତର ମିତ୍ର 'ବୋଲି ଉଲ୍ଲେଖ କରିଥିବା ବେଳେ ଏକ ପୃଥ ଟ୍ୱିଟ୍ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତବାସୀଙ୍କୁ ଆତିଥେୟତା ଲାଗି ଅଭାର ବ୍ୟକ୍ତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.