LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଇମ୍ରାନଙ୍କ ଭଳି ତୋସାଖାନା ଅନିୟମିତତା ମାମଲାରେ ଫଶିଛନ୍ତି ଡୋନାଲ୍ଡ ଟ୍ରମ୍ପ, ହଡ଼ପ କରିଛନ୍ତି ମୋଦି ଓ ଯୋଗୀଙ୍କ ଉପହାର

21/03/2023 at 2:52 PM

ୱାସିଂଟନ ୨୧।୩: ଆମରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭଳି ତୋସାଖାନା ଅନିୟମିତତା ଭଳି ଅଭିଯୋଗ ହୋଇଛି। ଟ୍ରମ୍ପ ରାଷ୍ଟ୍ରପତି ଥିବା ବେଳେ ବିଦେଶୀ ନେତାଙ୍କ ଠାରୁ ତାଙ୍କୁ ମିଳିଥିବା ୨,୫୦,୦୦୦ ଡଲାର ଉପହାରର ହିସାବ ଦେଇ ନାହାନ୍ତି। ଏହି ସବୁ ଉପହାରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଚ୍ରପତି ରାମନାଥ କୋବିନ୍ଦ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ତାଙ୍କୁ ଦିଆଯାଇଥିବା ଗିଫ୍ଟ ମଧ୍ୟ ରହିଛି।

ଆମେରିକା କଂଗ୍ରେସର ଡେମୋକ୍ରାଟ କମିଟି ଏକ ରିପୋର୍ଟରେ ଟ୍ରମ୍ପଙ୍କ ବିରୋଧରେ ଏପରି ଅଭିଯୋଗ କରାଯାଇଛି। ଟ୍ରମ୍ପ ନିଜେ ଓ ତାଙ୍କ ପରିବାରଙ୍କୁ ମିଳିଥିବା ଏହିପରି ୧୦୦ଟି ବିଦେଶୀ ଉପହାର ସମ୍ପର୍କରେ ସରକାରଙ୍କୁ କୌଣସି ସୂଚନା ମଧ୍ୟ ଦିଆଯାଇନଥିବା କୁହାଯାଇଛି। ଏହି ସବୁ ଉପହାରର ମୂଲ୍ୟ ପାଖାପାଖି ୨ଲକ୍ଷ ୫୦ ହଜାର ଡଲାରର ହେବ ବୋଲି ଅଭିଯୋଗରେ କୁହାଯାଇଛି। ରିପୋର୍ଟ ଅନୁସାରେ ଟ୍ରମ୍ପ ପରିବାରଙ୍କୁ ଭାରତ ଗସ୍ତ ଅବସରରେ ମୋଟ ୧୭ଟି ଉପହାର ମିଳିଥିଲା। ଯେଉଁଗୁଡିକର ମୂଲ୍ୟ ପାଖାପାଖି ୪୭ ହଜାର ଆମେରିକୀୟ ଡଲାର ହେବ ବୋଲି ଅଭିଯୋଗରେ କୁହାଯାଇଛି।

ଡେମୋକ୍ରାଟ କମିଟିଙ୍କ ପ୍ରାରମ୍ଭିକ ଯାଞ୍ଚରେ ଟ୍ରମ୍ପ ରାଷ୍ଟ୍ରପତି ଥିବା କାଳରେ ଏହି ସବୁ ଉପହାରର ବିଦେଶୀ ସରକାରୀ ଅଧିକାରୀଙ୍କ ଦ୍ୱାରା ରିପୋର୍ଟ କରିବାରେ ଅସଫଳ ହୋଇଥିବା କୁହାଯାଇଛି। ତେବେ ଫରେନ ଗିଫ୍ଟସ୍ ଏଣ୍ଡ ଡେକୋରେସନ ଆକ୍ଟରେ ରାଷ୍ଟ୍ରପତିଙ୍କୁ ଏହି ସବୁ ଉପହାର ସମ୍ପର୍କରେ ସରକାରଙ୍କୁ ଜଣାଇବାର ଥିଲା। ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ ପାର୍ଟିର ଓ ସେ ୨୦୧୭ରୁ ୨୦୨୧ ମସିହା ପର୍ଯ୍ୟନ୍ତ ଆମେରିକାର ୪୫ତମ ରାଷ୍ଟ୍ରପତି ଥିଲେ।

ତେବେ ଡେମୋକ୍ରାଟ ସାଂସଦ ତଥା ମନିଟରିଂ ଓ ଆକାଉଣ୍ଟେବିଲିଟି କମିଟି ସଦସ୍ୟ ଜେମି ରସ୍କିନ ଅପହୃତ ଉପହାରର ଶେଷ ଠିକଣା ଖୋଜି କାଢିବାକୁ କମିଟି ସଂକଳ୍ପବଦ୍ଧ ବୋଲି କହିଛନ୍ତି। ଏହି ସବୁ ଉପହାରରେ ଗଲ୍ଫ କ୍ଲବ ଓ ଏଲ ସାଲଭାଡରରୁ ମିଳିଥିବା ଡୋନାଲ୍ଡ ଟ୍ରମ୍ପଙ୍କ ଲାର୍ଜର ଦ୍ୟାନ ଲାଇଫ ପୋଟ୍ରେଟ୍‌ ସାଙ୍ଗକୁ ଅନ୍ୟ ସମ୍ଭାବିତ ସାମଗ୍ରୀ ସବୁ ରହିଛି। ରିପୋର୍ଟରେ କୁହାଯାଇଛି ଯେ ସୁରକ୍ଷା ନିୟନ୍ତ୍ରଣ ଓ ସଠିକ ରେକର୍ଡ ରଖିବାରେ ଅବହେଳା ଲାଗି ଏହି ସବୁ ବିଦେଶୀ ଉପହାର ନଷ୍ଟ ହୋଇଯାଇଛି।

ପାକିସ୍ତାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ସମାନ ପ୍ରକାର ଅଭିଯୋଗରେ ଦୋଷୀ ହୋଇଛନ୍ତି। ପାକିସ୍ତାନ ନିର୍ବାଚନ ଆୟୋଗ ଏହି ମାମଲାରେ ଇମ୍ରାନ ଖାନଙ୍କ ସଂସଦ ସଦସ୍ୟତା ରଦ୍ଦ କରିଥିଲେ। ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ଥିବା କାଳରେ ଯେଉଁ ଉପହାର ସବୁ ପାଇଥିଲେ ସେ ସମ୍ପର୍କରେ ଭୁଲ ସୂଚନା ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ତୋସାଖାନା ପାକିସ୍ତାନୀ କ୍ୟାବିନେଟର ଏକ ଅଂଶ ବିଶେଷ ଯେଉଁଠି ଅନ୍ୟ ଦେଶମାନଙ୍କର ସରକାର, ରାଷ୍ଟ୍ରମୁଖ୍ୟ ଓ ବିଦେଶୀ ଅତିଥି ଦେଇଥିବା ମୂଲ୍ୟବାନ ଉପହାର ରଖାଯାଇଥାଏ। ନିୟମ ଅନୁସାରେ କୌଣସି ଦେଶର ସରକାର ଓ ଗଣମାନ୍ୟ ବ୍ୟକ୍ତିଙ୍କ ଦ୍ୱାରା ଦିଆଯାଇଥିବା ଉପହାର ତୋସାଖାନାରେ ରଖାଯିବା ଜରୁରି।

ଇମ୍ରାନ ଖାନ ୨୦୧୮ ମସିହାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ହୋଇଥିଲେ। ଆରବ ଦେଶଙ୍କୁ ଗସ୍ତକାଳରେ ସେଠାକାର ଶାସକଙ୍କ ଦ୍ୱାରା ମହଙ୍ଗା ଉପହାର ମିଳିଥିଲା। କେତେକ ଇୟୁରୋପୀୟ ଦେଶଙ୍କ ଗଣମାନ୍ୟ ବ୍ୟକ୍ତି ଓ ରାଷ୍ଟ୍ରମୁଖ୍ୟଙ୍କ ଠାରୁ ମଧ୍ୟ ତାଙ୍କୁ ମୂଲ୍ୟବାନ ଉପହାର ମିଳିଥିଲା। ସେ ସବୁ ଉପହାରକୁ ଇମ୍ରାନ ତୋସାଖାନାରେ ଜମା କରିଥିଲେ। ତେବେ ପରେ ସେ ସବୁକୁ ଶସ୍ତା ଦରରେ କିଣି ଇମ୍ରାନ ଖୋଲା ବଜାରରେ ମହଙ୍ଗାଦରର ବିକ୍ରି କରିଥିବାର ଅଭିଯୋଗ ହୋଇଛି।     

   Related Posts