ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଞ୍ଚ କରିବେ ନୂଆ ସୋସିଆଲ ମିଡିଆ ପ୍ଲାଟଫର୍ମ

Published By : Prameya-News7 Bureau | October 21, 2021 IST

ୱାସିଂଟନ ୨୧/୧୦ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ''ଟ୍ରୁଥ୍‌ ସୋସିଆଲ'' ଆସନ୍ତା ମାସ ନିମନ୍ତ୍ରିତ ଅତିଥିମାନଙ୍କ ଗହଣରେ ଲଞ୍ଚ କରିବେ ବୋଲି ବୁଧବାର ଦିନ ଘୋଷଣା କରିଛନ୍ତି।

ଏହି ପ୍ଲାଟ୍‌ଫର୍ମ ଟ୍ରମ୍ପ ମିଡିଆ ଏଣ୍ଡ ଟେକ୍ନୋଲୋଜି ଗ୍ରୁପ (TMTG) ମାଲିକାନାରେ ରହିବ । ଏହା ମଧ୍ୟ ଡିମାଣ୍ଡ ସର୍ଭିସର ଏକ ସବ୍‌ସ୍କ୍ରିପ୍ସନ ଭିଡିଓ ଲଞ୍ଚ କରିବାକୁ ଇଚ୍ଛା କରୁଛି । ଯେଉଁଥିରେ ନନ୍-ୱକ ଏଣ୍ଟରଟେନମେଣ୍ଟ ପ୍ରୋଗ୍ରାମିଂର ମଧ୍ୟ ସୁବିଧା ରହିବ ବୋଲି ଟିଏମଟିଜି ଗ୍ରୁପ ଏକ ବୟାନରେ କହିଛି।

ଟ୍ରମ୍ପ କହିଛନ୍ତି ବିଗଟେକ ଅତ୍ୟାଚାର ବିରୋଧରେ ଛିଡ଼ାହେବା ପାଇଁ ମୁଁ ''ଟ୍ରୁଥ ସୋସିଆଲ'' ଓ ଟିଏମଟିଜି ଗ୍ରୁପ ତିଆରି କରିଛି। ''ଆମେ ଏପରି ଏକ ସମାଜରେ ଅଛୁ ଯେଉଁଠି ଟ୍ୱିଟରରେ ତାଲିବାନମାନଙ୍କର ଅଧୀକ ଉପସ୍ଥିତି ଅନୁଭବ ହେଉଛି। ଆପଣମାନଙ୍କର ପ୍ରିୟ ଆମେରିକା ରାଷ୍ଟ୍ରପତିଙ୍କୁ ଚୁପ କରିଦିଆଯାଇଛି, ଏହା ଆଦୌ ଗ୍ରହଣୀୟ ନୁହଁ।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.