ତାଜମହଲକୁ ଦେଖି ଏହା କହିଲେ ଟ୍ରମ୍ପ ଓ ତାଙ୍କ ଝିଅ ଇଭାଙ୍କା
24/02/2020 at 8:28 PM

ଆଗ୍ରା ୨୪।୦୨ – ଅହମ୍ମଦାବାଦ୍ ମୋଟେରା କାର୍ଯ୍ୟକ୍ରମ ପରେ ଆଗ୍ରା ଅଭିମୁଖେ ଆସିଥିଲେ ଟ୍ରମ୍ପ ଦମ୍ପତି ।ସାଥିରେ ବି ଥିଲେ ଝିଅ ଓ ଜ୍ବାଇଁ । ତାଜ୍ ମହଲରେ ପହଞ୍ଚି ଏହାର ସୌନ୍ଦର୍ଯ୍ୟ ଓ ଐତିହ୍ୟକୁ ତନ୍ନତନ୍ନ କରି ଦେଖିଥିଲେ । ଘଣ୍ଟାଏରୁ ଅଧିକ ସମୟ ରହିଥିଲେ ଟ୍ରମ୍ପ ପରିବାର ।
ଅପରାହ୍ନ ୪ ଟା ୨୦ରେ ଆଗ୍ରା ଏୟାର ପୋର୍ଟରେ ପହଞ୍ଚିଥିଲା ଏୟାର ଫୋର୍ସ ୱାନ୍ ବିମାନ । ସେଠାରେ ଟ୍ରମ୍ପ ଦମ୍ପତିଙ୍କୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଭବ୍ୟ ସ୍ବାଗତ କରାଯାଇଥିଲା । ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ୍ , ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟ ନାଥ ଓ ବରିଷ୍ଠ ଅଧିକାରୀମାନେ ସ୍ବାଗତ କରିଥିଲେ । ସେଠାରୁ ସଡକପଥରେ ଅପରାହ୍ନ ୪ ଟା ୪୫ ରେ ବିଶ୍ବ ଐତିହ୍ୟ ତାଜ୍ମହଲରେ ମୁଖ୍ୟ ଫାଟକରେ ପହଞ୍ଚିଥିଲେ ଟ୍ରମ୍ପ ଦମ୍ପତି। ସେଠାରେ ଥିବା ଭିଜିଟର ବୁକ୍ରେ ତାଜ୍ ସଂପର୍କରେ ସଂଦେଶ ଲେଖିଥିଲେ ।

ସେଠାରେ ପୂର୍ବରୁ ପ୍ରସ୍ତୁତ ଗାଇଡ୍ ଟ୍ରମ୍ପ ଦମ୍ପତିଙ୍କୁ ତାଜ୍ମହଲ ସଂପର୍କରେ ବୁଝାଇବା ସହ ମେନ୍ ଗେଟ୍ରୁ ଚାଲିଚାଲି ତାଜ୍ମହଲ ପର୍ଯ୍ୟନ୍ତ ନେଇଥିଲେ । ତାଜମହଲର ଶଙ୍ଖମଲମଲ ମାର୍ବଲ କୁ ତନ୍ନତନ୍ନ ବୁଲି ଦେଖିଲେ ଟ୍ରମ୍ପ ଦମ୍ପତି। ପ୍ରେମର ଏହି ଅପୂର୍ବ ସ୍ମୃତିର ପ୍ରତିଟି ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିଲେ। ସତେ ଯେମିତି ପ୍ରେମର ପ୍ରତିଟି ସ୍ପର୍ଶ ଅନୁଭବ କରୁଥିଲେ ଟ୍ରମ୍ପ ଓ ପତ୍ନୀ ମିଲେନିଆ। ମଝିରେ ମଝିରେ ବିଭିନ୍ନ ସ୍ଥାନରେ ଛିଡା ହୋଇ ଫଟୋ ପୋଜ ବି ଦେଉଥିଲେ । ତାଜମହଲକୁ ଦେଖି ସେ ବେଶ୍ ଖୁସୀ ଏହା ଭାରତ କଳା ଭାସ୍କର୍ଯ୍ୟର ପରିଚୟ ବୋଲି କହିଛନ୍ତି । ଇଭାଙ୍କା ଓ ତାଙ୍କ ସ୍ୱାମୀ ଓ୍ୱା.. ତାଜ ବୋଲି କହିଛନ୍ତି ।

ଅନ୍ୟପଟେ ଝିଅ ଇଭାଙ୍କା ଓ ଜ୍ବାଇଁ ଜାରେଡ୍ ତାଜମହଲର ଅପରପାର୍ଶ୍ବରେ ବୁଲିଥିଲେ । ତାଜର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିଲେ । ଦେଖନ୍ତୁ ଏହି ଗୋଟିଏ ସ୍ଥାନରେ ଉଭୟ ଦମ୍ପତିଙ୍କ ଫଟୋ। ଯାହାକି ଥିଲା ତାଜମହଲ ଗସ୍ତର ମୁଖ୍ୟ ଆକର୍ଷଣ। ତାଜମହଲକୁ ଘଣ୍ଟାଏ ବୁଲିଦେଖିବା ଭିତରେ ଟ୍ରମ୍ପ ସେଠାରେ ଥିବା ଅଫିସିଆଲ୍ସ ଏବଂ ସିକ୍ୟୁରିଟିଙ୍କୁ ମଧ୍ୟ ତାଙ୍କ ସହିତ ଫଟୋ ଉଠାଇବାକୁ ଅନୁମତି ଦେଇଥିଲେ। ସମ୍ଭବତଃ ମନେମନେ କହୁଥିଲେ ୱାଃ ତାଜ୍।