scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗୋପନୀୟ ଦସ୍ତାବିଜ ଚୋରି ମାମଲା, ଗିରଫ ହେବାର ୪୫ ମିନିଟ ପରେ ମିଳିଲା ଜାମିନ

14/06/2023 at 12:00 PM

ନୂଆଦିଲ୍ଲୀ ୧୪/୦୬: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ । ଗୋପନ ଦସ୍ତାବିଜ ରଖିବା ମାମଲାରେ ଗିରଫ ହୋଇଛନ୍ତି । ମିୟାମି ସଂଘୀୟ ଅଦାଲତରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଅଦାଲତରେ ୪୫ ମିନିଟ୍ ଧରି ବିଚାର ଚାଲିବା ପରେ ତାଙ୍କୁ ସର୍ତ୍ତମୂଳକ ଭାବେ ଛାଡ଼ି ଦିଆଯାଇଛି ।

ସର୍ତ୍ତ ରହିଛି ଯେ ସେ ଉକ୍ତ ମାମଲା ସମ୍ପର୍କରେ ତାଙ୍କର ଘନିଷ୍ଠ ସହଯୋଗୀ ୱାଲ୍ଟ ନୌଟାଙ୍କ ସହ କୌଣସି ଆଲୋଚନା କରିବେ ନାହିଁ । ୨୦୨୧ ଜାନୁଆରୀରେ ରାଷ୍ଟ୍ରପତି କାର୍ଯ୍ୟାଳୟ ଛାଡିବା ପରେ ଟ୍ରମ୍ପ ଜାତୀୟ ସୁରକ୍ଷା ସମ୍ବଳିତ ଅନେକ ଗୋପନ ଓ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ତାଙ୍କ ଘରକୁ ନେଇଯାଇଥିଲେ । ଏ ନେଇ ତାଙ୍କ ନାମରେ ମାମଲା ହୋଇଥିଲା ।

ଏହା ପୂର୍ବରୁ ୨୦୧୬ ଆମେରିକା ରାଷ୍ଟ୍ରପତି ନିର୍ବାଚନ ବେଳେ ପର୍ଣ୍ଣଷ୍ଟାରକଙ୍କୁ ଟଙ୍କା ଦେଇ ପାଟି ଚୁପ କରିବା ମାମଲାରେ କୋର୍ଟରେ ହାଜର ହୋଇ ଗିରଫ ହୋଇଥିଲେ । ଅନ୍ୟପକ୍ଷରେ ଟ୍ରମ୍ପ ବାରମ୍ବାର ନିଜକୁ ନିର୍ଦ୍ଦୋଷ ଦାବି କରିଆସୁଛନ୍ତି । ତାଙ୍କୁ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ ଟାର୍ଗେଟ କରିଛି ବୋଲି ସେ ଅଭିଯୋଗ କରିଛନ୍ତି ।

   Related Posts