ବଦଳିପାରେ ଟ୍ରମ୍ପଙ୍କ ସାବରମତୀ ଆଶ୍ରମ ଭ୍ରମଣ ସମୟ- ହ୍ୱାଇଟ ହାଉସ ନେବ ନିଷ୍ପତ୍ତି
22/02/2020 at 12:35 AM

Image Courtesy : FILE PHOTO: U.S. President Donald Trump arrives for a photo opportunity with sheriffs from across the country on the South Lawn of the White House in Washington, U.S., September 26, 2019. REUTERS/Erin Scott/File Photo
ଅହମ୍ମଦାବାଦ – ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବ୍ରୁଆରୀ ୨୪ ତାରିଖରେ ଗୁଜୁରାଟ ଗସ୍ତରେ ଆସିବେ । ଏହି ଦିନ ସେ ସାବରମତୀ ଆଶ୍ରମ ଯିବାର ଥିଲା । ଟ୍ରମ୍ପ କାର୍ଯ୍ୟକ୍ରମରେ ସାବରମତୀ ଆଶ୍ରମରେ ୩୦ ମିନିଟ୍ ବିତାଇବାର ଥିଲା ।
ମାତ୍ର ଏଥିରେ ପରିବର୍ତ୍ତନ ହୋଇପାରେ ବୋଲି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ସୂଚନା ଦେଇଛନ୍ତି ।
ପୂର୍ବରୁ ଟ୍ରମ୍ପ ବିମାନ ବନ୍ଦରରେ ଓହ୍ଲାଇବାପରେ ସାବରମତୀ ଆଶ୍ରମ ଯିବାର ଥିଲା । ସେ ଓ୍ୱାଶିଂଟନରୁ ସିଧାସଳଖ ଅହମ୍ମଦାବାଦ ଆସିବେ । ସେଠାରେ ଏକ ଗ୍ରାଣ୍ଡ ରୋଡ୍ ସୋର ଆୟୋଜନ କରାଯିବ ।
ସେଠାରୁ ସେ ମୋଟେରା ଷ୍ଟାଡିୟମ ଉଦ୍ଘାଟନ କରିବା ପାଇଁ ଯିବେ
i