'ନମସ୍ତେ ଟ୍ରମ୍ପ'ରେ ଏମିତି ଭୁଲ୍ କରିଦେଲେ ଟ୍ରମ୍ପ, ଟ୍ରୋଲ୍ କରୁଛନ୍ତି #netijen

Published By : Prameya-News7 Bureau | February 24, 2020 IST

ନୂଆଦିଲ୍ଲୀ ୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ସପରିବାର ଭାରତ ଗସ୍ତରେ ଅଛନ୍ତି। ରାଷ୍ଟ୍ରପତି ଭାବେ ଟ୍ରମ୍ଫଙ୍କର ଏହା ପ୍ରଥମ ଭାରତ ଗସ୍ତ ହୋଇଥିବା ବେଳେ ତାଙ୍କର ସ୍ୱାଗତ ଲାଗି ଅହମ୍ମଦାବାଦରେ ଭବ୍ୟ ଆୟୋଜନ ହୋଇଥିଲା। 'ନମସ୍ତେ ଟ୍ରମ୍ପ' କାର୍ଯ୍ୟକ୍ରମରେ ଭାରତ ଓ ଭାରତୀୟଙ୍କୁ ଉଚ୍ଚପ୍ରଶଂସା କରିଥିଲେ ଆମେରିକା ରାଷ୍ଟ୍ରପତି। ଭାରତର ପ୍ରତ୍ୟେକ ଋଚିକୁ ସେ ପସନ୍ଦ କରିଥିଲେ। ଯେଉଁଥିରେ କ୍ରିକେଟ କଥା ବି ଭୁଲି ନଥିଲେ। ହେଲେ କ୍ରିକେଟର ପ୍ରଶଂସାରେ ଉଚ୍ଚାରଣଗତ ତ୍ରୁଟି କରିବସିବା ଏବେ ସୋସାଲ ମିଡିଆ ୟୁଜରଙ୍କୁ ଖୁବ୍ ଖୋରାକ୍ ଯୋଗାଇଛି। ନେଟିଜେନ ଖୁବ୍ ଟ୍ରୋଲ କରୁଛନ୍ତି ଟ୍ରମ୍ପଙ୍କୁ।

{"id":228660,"sizeSlug":"large"}

ଟ୍ରମ୍ପଙ୍କ ସ୍ୱାଗତ ଲାଗି ମୋଟେରା ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଷ୍ଟାଡିୟମରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଟ୍ରମ୍ପଙ୍କ ସ୍ୱାଗତ ଲାଗି ଷ୍ଟାଡିୟମ ଭରିଯାଇଥିଲା। ଯେଉଁ ଆଡକୁ ଅନାଇଲେ ଲୋକ ଓ ଲୋକ ଭରି ରହିଥିବା ବେଳେ ଟ୍ରମ୍ପ..ଟ୍ରମ୍ପ ଧ୍ୱନୀରେ ମୁଖରିତ ହୋଇଥିଲା। ଏକକାଳୀନ ଲକ୍ଷାଧିକ ଲୋକଙ୍କୁ ସମ୍ବୋଧନ କରିଥିଲେ ଆମେରିକା ରାଷ୍ଟ୍ରପତି ।ହେଲେ ଏମିତି କିଛି ଭୁଲ୍ କରିବସିଲେ ଟ୍ରମ୍ପ । କିଛି ଭାରତୀୟ ଶବ୍ଦକୁ ଠିକ୍ ଭାବେ ଉଚ୍ଚାରଣ କରିପାରିଲେନି ଆମେରିକା ରାଷ୍ଟ୍ରପତି ।

wp:html /wp:html

ମାଷ୍ଟର ବ୍ଲାଷ୍ଟର ସଚ୍ଚିନ୍ ତେନ୍ଦୁଲକରଙ୍କ ନାମକୁ ସେ ଅଜବଭାବେ ଉଚ୍ଚାରଣ କରିଥିଲେ  ଟ୍ରମ୍ପ। ଏଣୁ ଏବେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍ ହେବାକୁ ପଡୁଛି। ଆମେରିକା ଦୁନିଆର ମହାନ୍ କ୍ରିକେଟରଙ୍କୁ ସମ୍ମାନ କରୁଛୁ । ସେ ହେଉଛନ୍ତି ସୁଚିନ୍ ତେନ୍ଦୁଲକର ଓ ବିରାଟ ଖୋଲି’ ବୋଲି କହିଥିଲେ ଟ୍ରମ୍ପ।

wp:html /wp:html

ଏହା ପରେ ସୋସିଆଲ ମିଡିଆରେ ଟ୍ରମ୍ପଙ୍କୁ ଏବେ ଟ୍ରୋଲ କରୁଛନ୍ତି ଉଭୟ ଖେଳାଳିଙ୍କ ଫ୍ୟାନ୍ସ।  ୟୁରୋପିୟ ଖବରକାଗଜ  'ଦ ମିରର' ଲେଖିଛି, ‘ତେନ୍ଦୁଲକର  କ୍ରିକେଟରେ ୩୦ ହଜାରରୁ ଅଧିକ ରନ୍ କରିଛନ୍ତି । କିନ୍ତୁ ଟ୍ରମ୍ପ ଯେଉଁଭଳି ଭାବରେ ତାଙ୍କ ନାଁ ନେଇଛନ୍ତି ସେଥିରୁ ଲାଗୁଛି କ୍ରିକେଟ ପ୍ରତି  ଟ୍ରମ୍ପଙ୍କର ଯେପରି କୌଣସି ଆଗ୍ରହ ନାହିଁ ।’

{"id":228661,"sizeSlug":"large"}

ଦ ମିରର ଖବରକାଗଜ ଅନୁସାରେ ଟ୍ରମ୍ପଙ୍କୁ ନିଜ ଭାଷଣ ଠିକ୍ ଭାବେ ପଢିବା ଉଚିତ୍ । କାରଣ ସଚିନ ତେନ୍ଦୁଲକର ଓ ବିରାଟ କୋହଲି ଅନ୍ତର୍ଜାତୀୟ ସ୍ତରର ଖେଳାଳୀ । ଟ୍ରମ୍ପ ନିଜ ଭାଷଣ ସମୟରେ ଅନେକ ଶବ୍ଦ ଭୁଲ୍ ଉଚ୍ଚାରଣ କରିଛନ୍ତି । ଡୋନାଲ୍ଡ ଟ୍ରମ୍ପ ଅନେକ ଶବ୍ଦକୁ ଭୁଲ୍ ଭାବେ ଉଚ୍ଚାରଣ କରିଛନ୍ତି ଯଥା- ଶୋଲେକୁ ଶୋଜେ, ସ୍ୱାମୀ ବିବେକାନନ୍ଦଙ୍କ ନାଁ କୁ ସ୍ୱାମୀ ବିବେକାମନନ୍ ଓ ଚାୟେବାଲାକୁ ଛିବାଲା ଭାବେ ଉଚ୍ଚାରଣ କରିଥିଲେ। ତେବେ ବାସ୍ତବ କଥା ହେଉଛି ଏହି ସବୁ ଭାରତୀୟ ଶବ୍ଦ ତାଙ୍କ ପାଟିରେ ଉଚ୍ଚାରିତ ହୋଇନଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.