Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସୁଛି ଆଉ ଏକ ପଶ୍ଚିମା ଝଡ଼, ୩୧ ଯାଏଁ ବର୍ଷିବ
  • ||

ଟ୍ରମ୍ପ କହିଲେ, ଆସନ୍ତା ମଙ୍ଗଳବାରେ ସେ ଗିରଫ ହେବେ, ସମର୍ଥକ ବିରୋଧ କରି ଦେଶ ବଞ୍ଚାଅ

18/03/2023 at 8:01 PM

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗିରଫ କରାଯାଇପାରେ। ଶନିବାର(ମାର୍ଚ୍ଚ ୧୮) ଟ୍ରମ୍ପ ନିଜେ ଏହି ସୂଚନା ଦେଇଛନ୍ତି। ଆସନ୍ତା ସପ୍ତାହ ମଙ୍ଗଳବାର ତାଙ୍କୁ ଗିରଫ କରାଯାଇପାରେ ବୋଲି ଟ୍ରମ୍ପ କହିଛନ୍ତି। ତେଣୁ ଗିରଫ ବିରୋଧରେ ଆନ୍ଦୋଳନ କରିବାକୁ ଟ୍ରମ୍ପ ତାଙ୍କ ସମର୍ଥନକୁ ଆହ୍ୱାନ କରିଛନ୍ତି। ମନହଟ୍ଟନ ଜିଲ୍ଲା ଅର୍ଟର୍ଣ୍ଣି ଅଫିସ୍‌ ପକ୍ଷରୁ ଗୁପ୍ତରେ ମିଳିଥିବା ଏକ ସୂଚନାକୁ ଆଧାର କରି ଏହି ଅଭିଯୋଗ ଆଣିଛନ୍ତି ଟ୍ରମ୍ପ। ଶନିବାର ସକାଳେ ଟ୍ରମ୍ପ ସୋସିଆଲ୍ ମିଡିଆରେ ଏହି କଥାର ଉଲ୍ଲେଖ କରିଛନ୍ତି।  

ଟ୍ରମ୍ପ ଲେଖିଛନ୍ତି “ଲିଡିଂ ରିପବ୍ଲିକାନ ପ୍ରାର୍ଥୀ ଓ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆସନ୍ତା ସପ୍ତାହରେ ମଙ୍ଗଳବାର ଗିରଫ ହେବେ। ବିକ୍ଷୋଭ କରି ଦେଶକୁ ଫେରାଇ ଆଣ।”

ଟ୍ରମ୍ପଙ୍କର ପର୍ଣ୍ଣ ଷ୍ଟାର୍ ଷ୍ଟର୍ମୀ ଡାନିଏଲ( ପ୍ରକୃତ ନାମ ଷ୍ଟିଫେନ୍ କ୍ଲିଫର୍ଡ)ଙ୍କ ସହ ସମ୍ପର୍କ ଥିଲା ବୋଲି ଅଭିଯୋଗ ହୋଇଥିଲା। ଡାନିଏଲ୍ ଏହି ସମ୍ପର୍କକୁ ବାହାରେ ପ୍ରକାଶ କରିବାକୁ ଉଦ୍ୟମ କରିବାକୁ ଚେଷ୍ଟା କରୁଥିବା ବେଳେ ୨୦୧୬ ନିର୍ବାଚନ ପୂର୍ବରୁ ଟ୍ରମ୍ପ ୧୩୦,୦୦୦ ଆମେରିକୀୟ ଡଲାର ଦେଇଥିବା ଅଭିଯୋଗ ହୋଇଛି। ଏହାରି ଉପରେ ତଦନ୍ତ ଜାରି ରହିଛି। ଏହି ମାମଲାରେ ଟ୍ରମ୍ପଙ୍କୁ ଗିରଫ କରାଯିବକି ନାହିଁ ସେ ନେଇ ବିଚାରବିମର୍ଷ ଜାରି ରହିଛି।

ଯଦି ମନହଟ୍ଟନ ଆର୍ଟର୍ଣ୍ଣି ଟ୍ରମ୍ପଙ୍କୁ ଅଭିଯୁକ୍ତ କଲେ ତେବେ ୭୫ ବର୍ଷୀୟ ଟ୍ରମ୍ପ ପ୍ରଥମ ପୂର୍ବତନ ରାଷ୍ଟ୍ରପତି ହେବେ ଯାହାକୁ ଅପରାଧ ଅଭିଯୋଗରେ ଗିରଫ କରାଯିବ। ତେବେ ଟ୍ରମ୍ପ ଓକିଲ ସୁକ୍ରବାର ସନ୍ଧ୍ୟାରେ କହିଛନ୍ତି ଯେ ଯଦି ତାଙ୍କ ମହକିଲଙ୍କୁ ଅଭିଯୁକ୍ତ କରାଗଲା ତେବେ ସେ ଆତ୍ମସମର୍ପଣ କରି ତାଙ୍କ ବିରୋଧରେ ଲାଗିଥିବା ଅଭିଯୋଗର ଆଇନଗତ ସମ୍ନା କରିବେ। ସୂଚନା ଥାଉକି ଟ୍ରମ୍ପ ଡାନିଏଲ୍‌ଙ୍କ ସହ ସମ୍ପର୍କକୁ ଅସ୍ୱୀକାର କରିଛନ୍ତି। ଏଭଳି ଅଭିଯୋଗ ବେଆଇନ ବୋଲି ଟ୍ରମ୍ପ ସୋସିଆଲ୍ ମଡିଆରେ କହିଛନ୍ତି।

   Related Posts