ପ୍ରଥମଥର ପାଇଁ ଜନମତ ସର୍ଭେରେ ବାଇଡେନ୍ଙ୍କୁ ଟପିଲେ ଟ୍ରମ୍ପ, ଇସ୍ରାଏଲ-ହମାସ ଯୁଦ୍ଧ ପାଇଁ କମିଲା ଆମେରିକାବାସୀଙ୍କ ସମର୍ଥନ
20/11/2023 at 9:16 PM

ଓ୍ୱାଶିଟନ୍ ଡିସି: ପ୍ରଥମଥର ପାଇଁ ଜନମତ ସର୍ଭେରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ଟପିଲେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସୋମବାର NBC News Surveyରୁ ଏହା ଜଣାପଡିଛି। ଏଥିରେ ୪୬ ପ୍ରତିଶତ ପଞ୍ଜିକୃତ ଭୋଟର ଟ୍ରମ୍ପଙ୍କୁ ସମର୍ଥନ ଜଣାଇଛନ୍ତି। ୪୪ ପ୍ରତିଶତ ବାଇଡେନ୍ଙ୍କୁ ସମର୍ଥନ ଜଣାଇଛନ୍ତି।
କିନ୍ତୁ ଟ୍ରମ୍ପ ଆଗେଇବାକୁ ନେଇ ହୋଇଥିବା ମାର୍ଜିନ୍ ଏକ ବଡ଼ ମାର୍ଜିନ୍ ନୁହେଁ, ତେବେ ଏହାକୁ ପୋଲ୍ର ମାର୍ଜିନ୍ ଅଫ୍ରେ ଏରର୍ ପର୍ଯ୍ୟାୟରେ ରଖାଯାଇଛି। କିନ୍ତୁ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବାଇଡେନ୍ଙ୍କ ସମର୍ଥନ ସାମନ୍ୟ ଅନ୍ୟ ଆଡକୁ ଢଳାଉଥିବା ଦେଖାଯାଉଛି।
ଏହି ସର୍ଭେ ନଭେମ୍ବର ୧୦ରୁ ନଭେମ୍ବର ୧୪ ଯାଏଁ ଅନୁଷ୍ଠିତ ହୋଇଥିଲା। ୧୮ରୁ ୩୪ ବର୍ଷ ବୟସର ଭୋଟର୍ଙ୍କ ଠାରୁ ମତ ସଂଗ୍ରହ କରାଯାଇଥିଲା। ବାଇଡେନ୍ ୮୧ ତମ ଜନ୍ମଦିନରେ ପାଳନ କରିଛନ୍ତି। ଆମେରିକାର ସବୁଠୁ ବୟସ୍କ ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ତୁଲାଉଛନ୍ତି ବାଇଡେନ୍।
ତେବେ ଜୁନ୍ରେ ହୋଇଥିବା ଏହି ସର୍ଭେରେ ୪ ପ୍ରତିଶତ ଆଗରେ ଥିଲେ। ସେହିପରି ସେପ୍ଟେମ୍ବର ହୋଇଥିବା ସର୍ଭେରେ ବାଇଡେନ୍ ଓ ଟ୍ରମ୍ପଙ୍କ ସମାନ ୪୬ ପ୍ରତିଶତ ସମର୍ଥନ ଦେଖିବାକୁ ମିଳିଥିଲା। l
ସେହିପରି ଜାନୁଆରୀରେ ୩୯ ପ୍ରତିଶତ ଭୋଟର୍ ବାଇଡେନ୍ଙ୍କ ଉପରେ ସହମତ ଥିବାବେଳେ ୩୨ ପ୍ରତିଶତ ଭୋଟର୍ ଟ୍ରମ୍ପଙ୍କ କାର୍ଯ୍ୟ ଉପରେ ସହମତ ଥିଲେ। ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ବାଇଡେନ୍ଙ୍କୁ କମ୍ ମାର୍କ ପାଇଥିବା ଜଣାପଡିଛି।