ନିର୍ବାଚନକୁ ନେଇ ସନ୍ଦେହ ପ୍ରକଟ କଲେ ​​ଟ୍ରମ୍ପ, ଭୋଟର ପରିଚୟ ବାଧ୍ୟତାମୂଳକ ଲାଗି ଦାବି କଲେ

Published By : Prameya-News7 Bureau | November 04, 2024 IST

ନୂଆଦିଲ୍ଲୀ ୦୪/୧୧: ରାତି ପାହିଲେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ । ରାଷ୍ଟ୍ରପତି ପଦ ପାଇଁ ଭାଗ୍ୟ ପରୀକ୍ଷାର ବେଳ । ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ହେବେ ନା ବାଜି ମାରିବେ କମଲା ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କିନ୍ତୁ ନିର୍ବାଚନ ପୂର୍ବରୁ ଦେଶର ବର୍ତ୍ତମାନର ଭୋଟ୍ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଟ୍ରମ୍ପ । 

ଭୋଟ୍ ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ କରିବାକୁ ଦାବି କରିଛନ୍ତି । ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ନିର୍ବାଚନ ପାଇଁ ବାଧ୍ୟତାମୂଳକ ଭାବେ ଭୋଟର ପରିଚୟ ପତ୍ର ଲାଗୁ କରାଯାଉ । କିନ୍ତୁ ଡେମୋକ୍ରାଟ ଦଳ ଭୋଟର ପରିଚୟ ପତ୍ରକୁ ବିରୋଧ କରୁଛନ୍ତି । ପେନସିଲଭାନିଆରେ ଏକ ରାଲିକୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି ଯେ ମୁଁ ଜାଣେ ନାହିଁ କାହିଁକି ଭୋଟ୍ ପାଇଁ ଆମର ପରିଚୟ ପତ୍ର ବାଧ୍ୟତାମୂଳକ କରାଯାଇନି ।  

ଡେମୋକ୍ରାଟିକ ଦଳମାନେ ଭୋଟର ଆଇଡି କାର୍ଡ ବାଧ୍ୟତାମୂଳକକୁ ଏଡ଼ାଉଛନ୍ତି । ଏହାର କାରଣ ହେଉଛି ସେମାନେ ଜାଲିଆତି କରିବାକୁ ଚେଷ୍ଟା କରିବେ । କିନ୍ତୁ ସବୁଠାରୁ ଲଜ୍ଜାଜନକ ବିଷୟ ହେଉଛି ଯେ କେହି ଏ ବିଷୟରେ କେହି କଥା ହେବାକୁ ଚାହୁଁନାହାଁନ୍ତି । କେବଳ ମୁଁ ଏହା ବିଷୟରେ କହୁଛି କାରଣ ସମସ୍ତେ ଏହା ବିଷୟରେ କହିବାକୁ ଦୂରେଇ ଯାଉଛନ୍ତି । ନିର୍ବାଚନରେ ଠକେଇ ଅଭିଯୋଗ କରି ଡେମୋକ୍ରାଟିକ ସଦସ୍ୟ ଆପଣଙ୍କୁ ଅନ୍ଧାରରେ ରଖିବାକୁ ଚାହୁଁଛନ୍ତି । କିନ୍ତୁ ଯେଉଁମାନେ ନିର୍ବାଚନ ଲଢନ୍ତି ସେମାନ ସ୍ୱଚ୍ଛ ରହିବା ଉଚିତ୍ । 

ବାଲାଟ ପେପର ସିଷ୍ଟମକୁ ସମ୍ପୂର୍ଣ୍ଣ ଫେରିବା ପାଇଁ ଟ୍ରମ୍ପ ଦାବି କରି କହିଛନ୍ତି ଯେ ବାଲାଟ ପେପର ବହୁତ ଭଲ । କିନ୍ତୁ ଭୋଟ୍ ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ କରାଯିବା ଉଚିତ ଯାହା ଦ୍ୱାରା କୌଣସି ପ୍ରକାରର ରିଗିଂକୁ ଏଡାଯାଇପାରିବ । ଆହୁରି ମଧ୍ୟ, ଭୋଟ୍ ପ୍ରକ୍ରିୟା ରାତି ୯ଟା ସୁଦ୍ଧା ଶେଷ ହେବା ଉଚିତ୍ । ଏହି ଅବସରରେ ସେ ତାଙ୍କ ବିରୋଧୀ କମଲା ହାରିସ୍‌କୁ ଟାର୍ଗେଟ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.