ଓ୍ୱାଶିଂଟନ ୨୦/୧୨: ୨୦୨୪ ଶେଷରେ ଆମେରିକା ନିର୍ବାଚନ । କିଏ ମାରିବ ବାଜି, କିଏ ଗଢିବ ସରକାର? ଜାରି ରହିଛି ସସପେନ୍ସ । ଶାସକ ଓ ବିରୋଧୀ ତୟାର । ଅନେକ ଯୋଜନା ବି ପ୍ରସ୍ତୁତ । ଖାସ୍ କରି ବାଇଡ଼େନ୍-ଟ୍ରମ୍ପଙ୍କ ମଧ୍ୟରେ ହେବ କଡ୍ଡା ଟକ୍କର । ଏବେଠୁ ଜମିଲାଣି ନିର୍ବାଚନୀ ମାହୋଲ । ଖାସ୍ କରି ଲୋକଙ୍କ ନିକଟତର ହେଉଛନ୍ତି ଉଭୟ । ସରକାର ଗଢିବାକୁ ଜୋରଦାର କସରତ ।
ଏଥିରୁ ଗୋଟେ ପାଦ ଆଗେଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭୋଟ ହାତେଇବାକୁ ଆପଣାଇଛନ୍ତି ନୂଆ ତରିକା । ତେବେ ଜାଣିଛନ୍ତି ଏହି ଯୋଜନାଟି କଣ? ଆପଣ ବି ଏହି ଯୋଜନା ବିଷୟରେ ଜାଣିଲେ ହୋଇଯିବେ ତାଜୁବ୍ । ଯାହାକୁ ନେଇ ରାଜନୀତି ପାଣିପାଗ ବେଶ୍ ସରଗରମ । ନିର୍ବାଚନ ପୂର୍ବରୁ ମାଷ୍ଟର ଷ୍ଟ୍ରୋକ୍ । ଲୋକଙ୍କୁ ଟ୍ରମ୍ପ ଦେବେ ସୁନାର ଜୋତା । ଲଞ୍ଚ କଲେ ଗୋଲଡେନ୍ ସ୍ନିକର । ପେନସିଲଭାନିଆରେ କାର୍ଯ୍ୟକ୍ରମ କରି ସମସ୍ତଙ୍କୁ ଚମକାଇଦେଲେ ପୂର୍ବତନ ରାଷ୍ଟ୍ରପତି । ଆଉ ଏହି ଜୋତାର ନା ରଖିଛନ୍ତି The never surrender high tops' ।
wp:html /wp:htmlଏହାର ଦାମ୍ ବି ସେମିତି । ଶୁଣିଲେ ଲାଗିବ ୪୪୦ ଭୋଲ୍ଟର ଝଟ୍କା । ଆମେରିକାରେ ଏହାର ବେଶ୍ ପ୍ରାଇସ୍ ରହିଛି ୩୯୯ ଡଲାର୍ । ଯାହାର ପ୍ରକୃତ ମୂଲ୍ୟ ୩୩ ହଜାରରୁ ଅଧିକ । ଗତ ଫେବୃୟାରୀ ୧୭ରେ ସ୍ନୀକର ଲାଇନ୍ ଲଞ୍ଚ ନେଇ ଘୋଷଣା କରିଥିଲେ ଟ୍ରମ୍ପ । ଏହି ସୁନାର ବୁଟ୍ରେ ରହିଛି କିଛି ଖାସିୟତ । ଆମେରିକାର ଫ୍ଲାଗ୍କୁ ଜୋତାରେ ଦଆଯାଇଛି ସ୍ଥାନ । ଶନିବାର ସୁଦ୍ଧା ବିକ୍ରି ସରିଛି କିଛି ଯୋଡା । ଆଗକୁ ଆହୁରି ବିକ୍ରି ହେବା ଲିଷ୍ଟରେ ରହିଛି ।
ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କ ଏହି ଅଭିଯାନକୁ ନେଇ ଆରମ୍ଭ ହୋଇଛି ରାଜନୀତି । କେହି କେହି କହୁଛନ୍ତି ପ୍ରାର୍ଥୀଙ୍କୁ ଆକୃଷ୍ଟ କରିବାକୁ ଏହା ନୁଆ ଫଣ୍ଡ । ହେଲେ ଜୋତା ବିକ୍ରି ହେଉଥିବା ଓ୍ୱେବସାଇଟ୍ ପକ୍ଷରୁ କୁହାଯାଇଛି କି ନିର୍ବାଚନ ନେଇ ଅଭିଯାନର ନାହିଁ କୌଣସି ସମ୍ପର୍କ । ଟ୍ରମ୍ପ ଓ ବିବାଦ, ଏହି ଅଡୁଆ ସୂତା ଛନ୍ଦି ହେବା କିଛି ନୂଆ କଥା ନୁହେଁ ।
ଯୌନ ଉତ୍ପୀଡନ, ନିର୍ବାଚନୀ ସମୟରେ କ୍ୟାପିଟାଲ ହିଂସା ସହ ଠକେଇ ମାମଲାରେ ବି ହୋଇଛନ୍ତି ଛନ୍ଦି । ଏମିତିକି ମୋଟା ଅହ୍କର ଫାଇନ ବି ଗଣିଛନ୍ତି । ତଥାପି ହାର ନ ମାନି ସରକାର ଗଢିବାକୁ ସବୁସ୍ତରରେ କରୁଛନ୍ତି ପ୍ରୟାସ । ଏବେ ନିର୍ବାଚନରେ ବିଜୟୀ ହେବାକୁ ନେଇଛନ୍ତି ଗୋଲଡେନ୍ ସ୍ନୀକରର ସହାୟତା । ତେବେ ଏହି ଯୋଜନା ତାଙ୍କ ପାଇଁ ସହାୟ ହେବ ନାଁ ମହଙ୍ଗା ସାବ୍ୟସ୍ତ ହେବ ତା ଉପରେ ରହିଛି ସମସ୍ତଙ୍କ ନଜର ।
you can also read...
wp:embed {"url":"https://www.prameyanews7.com/bollywood-star-was-among-9-mps-who-failed-to-address-the-house/","type":"wp-embed","providerNameSlug":"prameya-news-7"}