ଅହମ୍ମଦାବାଦରେ ଟ୍ରମ୍ପ, "ନମସ୍ତେ ଟ୍ରମ୍ପ" କାର୍ଯ୍ୟକ୍ରମରେ ଯୋଗଦେବେ ଆମେରିକା ରାଷ୍ଟ୍ରପତି

Published By : Prameya-News7 Bureau | February 24, 2020 IST

ଅହମ୍ମଦାବାଦ ୨୪।୦୨:  ଦୁଇ ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି । ଡୋଲାଲ୍ଡ ଟ୍ରମ୍ପଙ୍କ ସହ ପତ୍ନୀ ମେଲାନିଆ, ଝିଅ ଇଭାଙ୍କା ଓ ଜ୍ୱାଇଁ ଜାରେଡ କୁଶନେର ମଧ୍ୟ ଭାରତ ଗସ୍ତରେ ଆସିଛନ୍ତି। ସ୍ବତନ୍ତ୍ର ବିମାନ ଏୟାରଫୋର୍ସ-୧ ଜରିଆରେ ପହଞ୍ଚିଛନ୍ତି ଟ୍ରମ୍ପ । ଆମେରିକା ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ସ୍ବାଗତ ପାଇଁ ଭବ୍ୟ ଆୟୋଜନ କରାଯାଇଛି । ଅହମ୍ମଦାବାଦ ବିମାନବନ୍ଦରରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ସମେତ ବରିଷ୍ଠ ଅଧିକାରୀମାନେ ଆମେରିକା ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଛନ୍ତି । ତେବେ ବିମାନବନ୍ଦରେ ଆମେରିକା ରାଷ୍ଟ୍ରପତିଙ୍କ ସ୍ବାଗତ ସମୟରେ ଗୁଜୁରାଟ ସଂସ୍କୃତିର ଝଲକ ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.