scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାରତୀୟଙ୍କୁ ଏପରି ପ୍ରଶଂସା କଲେ ଟ୍ରମ୍ପଙ୍କ ପତ୍ନୀ- ଭାରତ ଆସି ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଖୁସ୍

25/02/2020 at 7:26 PM

ନୂଆଦିଲ୍ଲୀ ୨୫।୦୨ –  ଖାଲି ଟ୍ରମ୍ପ କାହିଁକି, ପତ୍ନୀ ମାନେ ଆମେରିକାର ଫାଷ୍ଟ ଲେଡି ମେଲାନିଆ ବି ବେଶ ଖୁସ୍ । ଦିଲ୍ଲୀର ଏକ ସରକାରୀ ସ୍କୁଲ ପରିଦର୍ଶନ ସହ ପିଲାଙ୍କ ମେଳରେ ବେଶ କିଛି ସମୟ ବିତାଇଥିଲେ ମେଲାନିଆ । ଆଉ ଭାରତର ଆତିଥ୍ୟତାରେ ଅଭିଭୂତ ହୋଇ ପଡ଼ିଥିବା କହିଛନ୍ତି ।

ପିଲାଙ୍କୁ ଇଶ୍ବରଙ୍କ ଅବତାର ବୋଲି କୁହାଯାଏ । ସେଥିପାଇଁ ମେଲାନିଆଙ୍କ ଦିଲ୍ ଗାର୍ଡେନ୍ ଗାର୍ଡେନ୍ । ଖୁସିରେ ପାଦ ତଳେ ଲାଗୁନି । ପିଲାଙ୍କ ମେଳରେ ରହି ବୋଧ ହୁଏ ପୁରୁଣା ଦିନକୁ ଫେରି ଯାଇଛନ୍ତି ମେଲାନିଆ । ଦୁଇ ଦିନିଆ ଭାରତ ଗସ୍ତ ବେଳେ ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ୍‌ ଦିଲ୍ଲୀର ଏକ ସରକାରୀ ସ୍କୁଲ୍‌ ପରିଦର୍ଶନରେ ଯାଇଥିଲେ । ନାନକପୁରାରେ ଥିବା ସର୍ବୋଦୟ ସିନିଅର୍ ସେକେଣ୍ଡାରି ସ୍କୁଲକୁ ପରିଦର୍ଶନରେ ଯାଇ କେଜ୍ରିୱାଲ ସରକାରଙ୍କ ପରିଚାଳିତ ‘ଆନନ୍ଦମୟ ଶ୍ରେଣୀ ବ୍ୟବସ୍ଥା’କୁ ଅନୁଧ୍ୟାନ କରିଛନ୍ତି।

ରାଷ୍ଟ୍ରପତି ଭବନରେ ସ୍ବାଗତ ସମ୍ବର୍ଦ୍ଧନା ପରେ ସର୍ବୋଦୟ ସିନିଅର୍‌ ସେକେଣ୍ଡାରୀ ସ୍କୁଲ ଯାଇଥିଲେ ମେଲାନିଆ । ତେବେ ମେଲାନିଆଙ୍କ କାଫିଲା ସ୍କୁଲ ଗେଟ୍‌ ପାଖରେ ପହଞ୍ଚିବା ମାତ୍ରେ ହିଁ ହୋଇଥିଲା ଜବରଦସ୍ତ ସ୍ବାଗତ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ହାତରେ ଉଭୟ ଭାରତ ଏବଂ ଆମେରିକାର ପତକା ଏବଂ ଫୁଲ ଧରି ମେଲାନିଆ ଟ୍ରମ୍ପଙ୍କୁ ସ୍ବାଗତ କରିଥିଲେ। ବିଦ୍ୟାଳୟର ଜଣେ ଛାତ୍ର ମେଲାନିଆ ଟ୍ରମ୍ପଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ଆଳତୀ ଓ ତିଳକ ଜରିଆରେ ବି ସ୍ବାଗତ କରାଯାଇଥିଲା ।

ପରେ ସ୍କୁଲ ଭିତରେ ପ୍ରବେଶ କରିଥିଲେ ମେଲାନିଆ । ସିଧା ଯାଇଥିଲେ ହାପିନେସ୍ କ୍ଲାସ୍ ଭିତରକୁ । ସେଠାରେ ଦୀପ ପ୍ରଜ୍ଜ୍ବଳନ ମଧ୍ୟ କରିଥିଲେ । ଏହି ସମୟରେ କ୍ଲାସରେ ଥିବା ଟିଚିଙ୍ଗ ଷ୍ଟାପ୍ ଓ ପିଲାଙ୍କ ସହ ମେଶ କିଛି ସମୟ ଧରି କଥାବାର୍ତ୍ତା ହୋଇଥିଲେ ମେଲାନିଆ । ସ୍ବାଗତ ପାଇଁ ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ଜଣେ ଛାତ୍ରୀ ସହ ବେଶ କିଛି ସମୟ କଥାବାର୍ତ୍ତା କରିଥିଲେ ଆମେରିକାର ଫାଷ୍ଟ ଲେଡି । ପରେ ସ୍ମୃତିସ୍ବରୂପ ତାଙ୍କୁ ମଧନବନୀ ପେଣ୍ଟିଙ୍ଗ ଗିଫ୍ଟରେ ଦିଆଯାଇଥିଲା ।

କ୍ଲାସ୍‌ରୁମ୍‌ରୁ ବାହାରିବା ପରେ ପିଲାଙ୍କ ଯୋଗ ଦେଖିବା ପାଇଁ ଅଟକିଥିଲେ ଆମେରିକାର ପ୍ରଥମ ମହିଳା । ଏହା ପରେ ପିଲାଙ୍କ ଡ୍ୟାନ୍ସ ମଧ୍ୟ ଏନଜୟ କରିଥିଲେ । ଗୀତର ତାଳେ ତାଳେ ସ୍କୁଲପିଲା ପାଦ ମିଳାଉଥିବା ବେଳେ ତାଳି ବଜାଇ ମଜା ନେଉଥିଲେ ମେଲାନିଆ ।  ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ କୁନି କୁନି ପିଲାଙ୍କ ଗହଣରେ ପିଲାଙ୍କ ସହ କଥାବାର୍ତ୍ତା ବି ହୋଇଥିଲେ । ସୌହାର୍ଦ୍ଦ୍ୟପୂର୍ଣ୍ଣ ଢଙ୍ଗରେ ପରସ୍ପର ସହ ସହାବସ୍ଥାନ କରିବାକୁ କିଭଳି ପିଲାମାନଙ୍କୁ ଶିକ୍ଷା ଦିଆଯାଉଛି, ତାହା ମେଲାନିଆ ଦେଖିବାକୁ ପାଇଥିଲେ। ଏହି ଅବସରରେ ସେ ଭାରତ ଆସି ବହୁତ ଖୁସି ବୋଲି କହିଛନ୍ତି ମେଲାନିଆ ।

ଦିଲ୍ଲୀର ଏହି ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ଗହଣରେ ମେଲାନିଆ ପ୍ରାୟ ଏକ ଘଣ୍ଟା ବିତାଇଥିଲେ । ସାଧାରଣତଃ ଭାରତର ଲୋକେ ବହୁତ ସରଳ ଓ ବିନମ୍ର ଏବଂ ଭାରତରେ ମିଳିଥିବା ଆତିଥ୍ୟ ପାଇଁ ସେ ଅଭିଭୂତ ବୋଲି କହିଛନ୍ତି ।

ସେହିପରି ଦିଲ୍ଲୀ ସ୍କୁଲରେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ଦେଖି ବେଶ ଇମ୍ପ୍ରେସ ହୋଇଥିଲେ ଆମେରିକାନ୍ ଫାଷ୍ଟ ଲେଡି । ଏଭଳି ମଡେଲ୍ ସାରା ବିଶ୍ବ ପାଇଁ ଏକ ଉଦାହରଣ ବୋଲି କହିଥିଲେ ।

ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦିଲ୍ଲୀର ସରକାରୀ ସ୍କୁଲରେ ‘ଆନନ୍ଦମୟ ଶ୍ରେଣୀ ଶିକ୍ଷା’ ବ୍ୟବସ୍ଥାର ପ୍ରଚଳନ କରିଛନ୍ତି । ତେବେ ମେଲାନିଆଙ୍କ ଗସ୍ତ ବେଳେ ନା କେଜ୍ରିୱାଲ, ନା ସିସୋଦିଆ କାହାକୁ ବି ନିମନ୍ତ୍ରଣ କରାଯାଇନଥିଲା । ତେବେ ଶିକ୍ଷା ବ୍ୟବସ୍ଥାକୁ ଦେଖି ମେଲାନିଆ ସନ୍ତୋଷ ପ୍ରକାଶ କରିବା  ପୂର୍ବରୁ କେଜ୍ରିୱାଲ ମଧ୍ୟ ଟ୍ବିଟରରେ ଖୁସିବ୍ୟକ୍ତ କରିଥିଲେ । ଦିଲ୍ଲୀ ଶିକ୍ଷକ ଓ ଛାତ୍ରଛାତ୍ରୀ, ବିଶେଷ କରି ଦିଲ୍ଲୀବାସୀଙ୍କ ପାଇଁ ଏ ବହୁତ ବଡ଼ଦିନ । ମେଲେନିଆ ଆ ସ୍କୁଲରୁ ହାପିନେସ୍‌ର ସନ୍ଦେଶ ନେଇ ଫେରିବେ ବୋଲି ଟ୍ବିଟରରେ ଉଲ୍ଲେଖ କରିଥିଲେ କେଜ୍ରିୱାଲ ।

ତେବେ ଦିଲ୍ଲୀର ଶିକ୍ଷା ବ୍ୟବସ୍ଥା ଦେଖି ମେଲେନିଆ ଖୁସି ହେବା ନିଶ୍ଚିତ ଭାବେ ଭାରତ ପାଇଁ ବହୁତ ବଡ଼ କଥା । ଏହାକୁ ନେଇ ପୂରା ଦେଶବାସୀ ବି ଗର୍ବ କରିବା କଥା ।

   Related Posts