ଆଶ୍ଚର୍ଯ୍ୟ! ୫୦ ମିଟର ଲମ୍ବର ମୋବାଇଲ ଟାଓ୍ୱାର ଚୋରି, ପୂରା ସେଟ୍‌ଅପ୍‌ ଉଠାଇ ନେଇଗଲା ଚୋର

Published By : Prameya-News7 Bureau | December 01, 2023 IST

ପାଟନା: ବିହାରରେ ୬୦ ଫୁଟ ଲମ୍ବର ଲୁହା ବ୍ରିଜ ଚୋରି ହେବାର ଗୋଟିଏ ବର୍ଷ ନପୁରୁଣୁ ଉତ୍ତରପ୍ରଦେଶର କୌଶମବି ଜିଲ୍ଲାର ଉଜ୍ଜୈନି ଗ୍ରାମରେ  ୫୦ ମିଟର ଉଚ୍ଚ ମୋବାଇଲ ଟାୱାର ଚୋରି ହୋଇଛି। ଯେଉଁ ଟାଓ୍ୱାରର ଓଜନ ୫୦ ଟନରୁ ଅଧିକ। ମଜାର ବିଷୟ ହେଲା, ବୁଧବାର ଅର୍ଥାତ ନଭେମ୍ବର ୨୯ରେ ଜଣେ ଟେକ୍ନିସିଆନ ପୋଲିସକୁ ସୂଚନା ଦେଇଥିଲେ, କିନ୍ତୁ ତାଙ୍କ ଅଭିଯୋଗରେ କୁହାଯାଇଛି ଯେ ମାର୍ଚ୍ଚ ୩୧ରେ ଏହି ଟାଓ୍ୱାର ନିଖୋଜ ହୋଇଯାଇଥିଲା।  ତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିଛି।

ଅଭିଯୋଗରେ ଦର୍ଶାଯାଇଛି ଯେ କେବଳ ଟାୱାର ନୁହେଁ, ମୋବାଇଲ ଟାୱାର ପାଖରେ ଥିବା ଆଶ୍ରୟସ୍ଥଳ, ବୈଦ୍ୟୁତିକ ସାମଗ୍ରୀ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ମଧ୍ୟ ଚୋରି ହୋଇଯାଇଛି। ଏସବୁର ମୂଲ୍ୟ ୮.୫ ଲକ୍ଷରୁ ଅଧିକ ବୋଲି କୁହାଯାଉଛି। ଏହି ଘଟଣା ଯୋଗୁଁ ଗୁରୁବାର ପୋଲିସ ଦିନ ତମାମ ଅସୁବିଧାରେ ପଡ଼ିଥିଲା। ସନ୍ଦୀପନ ଘାଟ ପୋଲିସ ଷ୍ଟେସନର ଏକ ଟିମ୍ ଘଟଣାସ୍ଥଳକୁ ଯାଇଥିଲେ।  ଜମି ମାଲିକ ତଥା ସ୍ଥାନୀୟ ଲୋକଙ୍କ ବୟାନ ରେକର୍ଡ କରିଛନ୍ତି।

ଟେକ୍ନିସିଆନ ରାଜେଶ କୁମାର ଯାଦବ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ତାଙ୍କ କମ୍ପାନୀ ଚଳିତ ବର୍ଷ ଜାନୁଆରୀରେ କୌଶମ୍ବା ଜିଲ୍ଲାର ଉଜ୍ଜୈନି ଗ୍ରାମରେ ଥିବା ଉବିଦ୍ ଉଲ୍ଲାଙ୍କ ଚାଷ ଜମିରେ ଏକ ଟାୱାର ସ୍ଥାପନ କରାଯାଇଥିଲା। ଯାଦବ କହିଛନ୍ତି ଯେ ଯେତେବେଳେ ସେ ଚଳିତ ମାର୍ଚ୍ଚ ୩୧ରେ ଯାଞ୍ଚ ପାଇଁ ଉକ୍ତ ସ୍ଥାନ ପରିଦର୍ଶନ କରିଥିଲେ, ସେତେବେଳେ ଅନ୍ୟାନ୍ୟ ଜିନିଷ ସହିତ ପୁରା ଟାୱାର ନିଖୋଜ ଥିଲା। ସେଠାରେ ତାଙ୍କର ଟାଓ୍ୱାର କୌଣସି ଚିହ୍ନବର୍ଣ୍ଣ ମଧ୍ୟ ଛାଡି ନଥିଲା ଚୋର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.