କାଞ୍ଜିପାଣି ଘାଟିରେ ଓଲଟିଲା ଯାତ୍ରାପାର୍ଟି ଟ୍ରକ୍, ଦୁଇ ଗୁରୁତର

Published By : Prameya-News7 Bureau | December 02, 2023 IST

ତେଲକୋଇ ୨।୧୨: ଘାଟିରେ ଓଲଟିଲା ଯାତ୍ରାପାର୍ଟି ଟ୍ରକ୍ । କାଞ୍ଜିପାଣି ଘାଟିରେ ତାରିଣୀ ଗଣନାଟ୍ୟର ଟ୍ରକ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।  ଦୁର୍ଘଟଣା ଫଳରେ ୨ ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ତାରିଣୀ ଗଣନାଟ୍ୟର ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ସେମାନେ ହେଲେ ପଶ୍ଚିମବଙ୍ଗର ଝୁଣ୍ଟୁ ମୁଦୁଲି, ପୁରୀର ଦୁର୍ଜନ ମାଝି, ବାଲେଶ୍ବରର କାହ୍ନା ପାତ୍ର ଓ ବାଦଲ ମାଝି । ତାରିଣୀ ଗଣନାଟ୍ୟ ତେଲକୋଇ ଥାନା ଅନ୍ତର୍ଗତ ଦୁଲ୍ଲଭପୁର ଗାଁକୁ ଯାତ୍ରା ପରିବେଷଣ ପାଇଁ  ଯାଉଥିବା ବେଳେ ଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଟ୍ରକ୍‌ଟି କାଞ୍ଜିପାଣି ଥାନା ଅନ୍ତର୍ଗତ କୁସୁମ ଘାଟିରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ସୁରକ୍ଷା ବାଡ ଉପରକୁ ଚଢି ଯାଇଥିଲା ଫଳରେ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

You Can Read :

wp:embed {"url":"https://www.prameyanews7.com/bjp-and-bjd-face-to-face-over-youth-and-student-politics/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bjp-and-bjd-face-to-face-over-youth-and-student-politics/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.