ଟ୍ରକ୍‌କୁ ପିଟିଲା ଟ୍ରକ୍, ଡ୍ରାଇଭର ଗୁରୁତର

Published By : Prameya-News7 Bureau | December 17, 2021 IST

ପାଟଣା, ୧୭।୧୨: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକକୁ ପଛରୁ ପିଟିଲା ୪୦୭ ଟ୍ରକ୍ । ଭିତରେ ଚାପି ହୋଇ ଡ୍ରାଇଭର ଗୁରୁତର । ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣାରେ ।

ସୂଚନାନୁସାରେ, ପାଟଣା ଦେଇ ଯାଇଥିବା ଏନଏଚ ୪୯ ଖୀରେଇଟାଙ୍ଗୀରି ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି । ଶୁକ୍ରବାର ସକାଳେ ଏକ ଟ୍ରକକୁ ଆଉ ଏକ ୪୦୭ ଗାଡି ଧକ୍କା ଦେଇଥିବା ସୂଚନା ମିଳିଛି । ଏଥିରେ ୪୦୭ ଡ୍ରାଇଭର ଚାପି ହୋଇ ଗୁରୁତର ହୋଇଛନ୍ତି । ୨ ଘଣ୍ଟା ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଘନ କୁହୁଡି ଯୋଗୁ ଦୁର୍ଘଟଣା ଘଟିଥିବା କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.