ଟ୍ରକ-ଟ୍ରକ ମୁହାଁ ମୁହିଁ ଧକ୍କା: ସିଟ୍‌ରେ ଚାପି ହୋଇ ଡ୍ରାଇଭର ଗୁରୁତର

Published By : Prameya-News7 Bureau | October 30, 2020 IST

ହିଞ୍ଜିଳିକାଟୁ୩୦/୧୦: ହିଞ୍ଜିଳିକାଟୁ ସହର ଉପଖଣ୍ଡ ଶ୍ୟାମଳାୟୀ ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି l ସୂଚନା ଅନୁସାରେ ଗତ ବିଳମ୍ବିତ ରାତି ପ୍ରାୟ ୧୨.୩୦ ଟାରେ ସମୟରେ ବ୍ରହ୍ମପୁର ପଟରୁ ଆସୁଥିବା ଟ୍ରକ ନଂ OR k 9495 ଓ ଆସ୍କା ପଟରୁ ଆସୁଥିବା ଟ୍ରକ ନଂ OD 02 BH 6554 ଉଭୟ ମୁହଁ ମୁହିଁ ଧକ୍କା ହୋଇଥିଲା। ଏଥିରେ ଜଣେ ଟ୍ରକ ଡ୍ରାଇଭର ଟ୍ରକ ସିଟରେ ଚାପି ହୋଇଥିଲେ l

ଖବର ପାଇଁ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ, ଓ ଦମକଳ ବାହିନୀ ଓ ସ୍ଥାନୀୟ ଲୋକ ଙ୍କ ସାହାଯ୍ୟ ରେ କ୍ରେନ ସାହାଯ୍ୟରେ ଉଦ୍ଧାର କରି ପ୍ରଥମେ ହିଞ୍ଜିଳି କାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବାର ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିବା ଜଣାପଡିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.