ପେଟା ଘାଟି ତିନି ବାଙ୍କରେ ପୁଣି ଫସିଲା ଟ୍ରକ୍, ଦୁଇ ଘଣ୍ଟା ଧରି ରାସ୍ତା ଜାମ୍
26/05/2023 at 3:51 PM

ଲମତାପୁଟ ୨୬।୫: କୋରାପୁଟ ପେଟା ଘାଟି ତିନି ବାଙ୍କରେ ପୁଣି ଫସିଲା କାଠ ବୋଝେଇ ଟ୍ରକ୍ । ଘାଟିରେ ଟ୍ରକ୍ଟି ଫସି ରହିଥିବାରୁ ଦୀର୍ଘ ଦୁଇ ଘଣ୍ଟା ରାସ୍ତା ଜାମ୍ ହୋଇ ରହିଥିଲା । ଫଳରେ ଜୟପୁର ବିଶାଖାପାଟଣାକୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଘାଟି ରାସ୍ତାରେ ବହୁ ଟ୍ରକ୍-ବସ୍ ଅଟକ ରହିଥିଲା ପେଟା ଘାଟିରେ ।

ତେବେ ପେଟା ଘାଟିର ତିନିବାଙ୍କ ରହିଥିବା ରାସ୍ତାଟି ସମ୍ପ୍ରସାରଣ କରୁନଥିବାରୁ ଏହିଭଳି ସମସ୍ୟା ବାରମ୍ବାର ଉପୁଜୁଛି । ବାରମ୍ବାର ଏମିତି ଟ୍ରକ୍ ଦୁର୍ଘଟଣାର ଶିକାର ହେଉଛି । ତେବେ କାଠ ବୋଝେଇ ଟ୍ରକ୍ ବାହାର କରିବାରେ ବିଳମ୍ବ ହେଲେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ରହିଛି l
Related Posts
ଗଛକୁ ଧକ୍କା ଦେଲା ବାଇକ୍; ଚାଳକ ମୃତ
29 May 2023