ଟ୍ରକ ଚୋରି ରାକେଟ୍‌ର ପର୍ଦ୍ଦାଫାସ୍‌; ପଶ୍ଚିମବଙ୍ଗର ୩ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | September 13, 2022 IST

ଚଣ୍ଡିଖୋଲ ୧୩/୦୯: ଟ୍ରକ ଚୋରି ପରେ ପଶ୍ଚିମବଙ୍ଗରେ ଏହାକୁ କାଟି ସମସ୍ତ ପାର୍ଟକୁ ବିକ୍ରି କରାଯାଉଛି। ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରୁଏଭଳି ଚୋରି ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାଇ ଧର୍ମଶାଳା ଥାନା ଅଧୀନ ଆଳିଜଙ୍ଗା ଗାଁର ସୋମିତ କୁମାର ନାୟକଙ୍କ ଏକ ୧୨ ଚକିଆ ଟ୍ରକ ସ୍ଥାନୀୟ ଅଞ୍ଚଳର ଏକ କ୍ରସର ରହିଥିଲା। ଗତ ଶନିବାର ଟ୍ରକ ଚୋରି ହେବାନେଇ ଧର୍ମଶାଳା ଥାନାରେ ସୋମିତ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଧର୍ମଶାଳା ପୋଲିସ ଏହାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ପୋଲିସ ଧର୍ମଶାଳା ଓ ବଡ଼ଚଣା ଅଞ୍ଚଳର ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରିଛି।

ଏହି ଲୁଟେରାମାନେ ଟ୍ରକ ଚୋରି କରି ପଶ୍ଚିମବଙ୍ଗ ଚାଲାଣ କରନ୍ତି। ସେଠାରେ ଟ୍ରକର ସମସ୍ତ ପାର୍ଟ ଖୋଲି ବିକ୍ରି କରନ୍ତି। ଚୋରି ହୋଇଥିବା ୧୨ ଚକିଆ ଟ୍ରକର ସମସ୍ତ ପାର୍ଟ ବିକ୍ରି ହୋଇ ସାରିଥିବା ବେଳେ କେବଳ ଚେଚିଶକୁ ପୋଲିସ ପଶ୍ଚିମବଙ୍ଗରୁ ଜବତ କରିଛି।ପୋଲିସ ଏହି ଅଭିଯୋଗରେ ପଶ୍ଚିମବଙ୍ଗର ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଗୋଟିଏ କାର ଜବତ କରିଛି। ବହୁ ନମ୍ବର ପ୍ଲେଟ, ଫେକ ଷ୍ଟିକରିଙ୍ଗ ଓ ନଗଦ ୨ଲକ୍ଷ୍ୟ ୪୫ ହଜାର ଟଙ୍କା ପୋଲିସ ଜବତ କରିଛି। ଏହି ଚୋରମାନେ ପୂର୍ବରୁ ମଧ୍ୟ ବହୁ ଟ୍ରକ ଚୋରି କରି ବିକ୍ରି କରିଥିବା ତଦନ୍ତରୁ ଜଣା ପଡ଼ିଛି। ଏନେଇ ଅଧିକ ଜାଣିବା ପାଇଁ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.