ବ୍ରିଜ୍ ଉପରେ ଷ୍ଟଣ୍ଟ୍ ସିନ୍ : ଝୁଲିରହିଛି ମାଲ୍ ବୋଝେଇ ଟ୍ରକ୍, ସୋମବାରଠୁ ରାସ୍ତା ଜାମ୍
12/02/2020 at 11:51 AM

ସମ୍ବଲପୁର ୧୨।୨: ବ୍ରିଜ୍ ଉପରେ ଝୁଲି ରହିଛି ଟ୍ରକ୍। ଫଳରେ ସୋମବାର ରାତି ୧୧ଟାରୁ ଜାତୀୟ ରାଜପଥରେ ଯାତାୟତ ବନ୍ଦ ରହିଛି । ଶହ ଶହ ବସ୍ ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି ।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ଓ ଚାରମାଲ ମଝିରେ ଥିବା ସିଙ୍ଗଲ ବ୍ରିଜ୍ ଉପରେ ଟ୍ରକଟି ଝୁଲନ୍ତା ଅବସ୍ଥାରେ ରହିଛି । ଫଳରେ ଜାତୀୟ ରାଜପଥ ୫୫ରେ ଗତକାଲି ରାତି ୧୧ଟାରୁ ଯାତାୟତ ଠପ୍ ହୋଇପଡିଛି । ତେବେ ଶହ ଶହ ବସ୍ ଓ ଟ୍ରକ୍ ବ୍ରିଜର ଉଭୟ ପାର୍ଶ୍ବରେ ଗତକାଲି ରାତିରୁ ଅଟକି ରହିଛି ।

ଏହି ଜାତୀୟ ରାଜପଥ ଉପରେ ବରଗଡ, ସମ୍ବଲପୁର, ଝାରସୁଗୁଡା, ରାଉରକେଲା, ସୁନ୍ଦରଗଡ ବିଭିନ୍ନ ସହରରୁ ନାଇଟ୍ କୋଚ୍ ବସ୍ ଭୁବନେଶ୍ବର ଯିବାଆସିବା କରିଥାଏ । ହେଲେ ଗତକାଲି ରାତିରୁ ଏହି ଟ୍ରକଟି ସିଙ୍ଗିଲ ବ୍ରିଜ୍ ଉପରେ ଝୁଲନ୍ତା ଅବସ୍ଥାରେ ଥିବାରୁ ସମସ୍ତ ବସ୍ ଅଟକି ରହିଛି ।
Related Posts
STF ପଞ୍ଜାରେ ନକଲି ନୋଟ ବ୍ୟବସାୟୀ, ଜବତ ହେଲା ୩୧ ଲକ୍ଷରୁ ଅଧିକ ଟଙ୍କା
3 February 2023