ରାଇରଙ୍ଗପୁର: ବେଆଇନ୍‌ ଲୁହା ପଥର ବୋଝେଇ ଟ୍ରକ ଜବତ

Published By : Prameya-News7 Bureau | February 17, 2021 IST

ରାଇରଙ୍ଗପୁର୧୭/୨: ବେଆଇନ୍ ଚାଲାଣ କରୁଥିବା ଏକ ଲୁହାପଥର ବୋଝେଇ ୧୨ ଚକିଆ ଟ୍ରକକୁ ଜବତ କରିଛି ରାଇରଙ୍ଗପୁର ଟାଉନ ପୁଲିସ। ସୁଲେଇପାଟ ଲୌହଖଣି ଆଖ ପାଖରୁ ବେଆଇନ ଭାବରେ ଲୌହ ପଥର ଖନନ କରି ମାଫିଆ ଗୋଷ୍ଠୀ ଝାରଖଣ୍ଡକୁ ଚାଲାଣ କରୁଥିବା ଅଭିଯୋଗ ହୋଇ ଆସୁଥିଲା। ପୁଲିସ ପାରିବା ପଣିଆକୁ ନେଇ ମଧ୍ୟ ପ୍ରଶ୍ନ ଉଠି ଆସୁଥିଲା। ତେବେ ଗତ କାଲି ବେଆଇନ ଚାଲାଣ ହେବା ଖବର ପାଇ ଆଗରୁ ପ୍ରସ୍ତୁତ ଥିବା ପୁଲିସ ଟିମ୍  ରାତି ପ୍ରାୟ ସାଢ଼େ ୩ଟାରେ ଚଢ଼ାଉ କରି ଗୋଟିଏ ଲୁହାପଥର ବୋଝେଇ ଟ୍ରକକୁ ଜବତ କରିବା ସହିତ ଡ୍ରାଇଭର ଓ ହେଲ୍‌ପର ଦୁଇଜଣଙ୍କୁ ଗିରଫ କରିଛି । ପୁଲିସ ଏ ନେଇ କେସ ନମ୍ବର ୨୮ ତା, ୧୭/୨ ଆଇପିସି ସେକ୍ସନ ୧୮ ମାଇନ୍ସ ଏଣ୍ଡ ମିନେରାଲସ ଆକ୍ଟରେ ମାମଲା ରୁଜ୍ଜୁ କରିବା ସହିତ କାରବାରରେ ଜଡିତ ଅନ୍ୟମାନଙ୍କ ବିଷୟରେ ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.