ବେଆଇନ୍ ଭାବେ ଟ୍ରକ୍ ଜବତ କରି ୬୦ ହଜାର ତଣ୍ଡ ଗଣିଲା ଫାଇନାନ୍ସ କମ୍ପାନୀ
31/01/2023 at 4:51 PM

କଟକ ୩୧/୦୧: ବେଆଇନ ଭାବେ ଟ୍ରକ୍ ଜବତ କରି 60 ହଜାର ଟଙ୍କାର ତଣ୍ଡ ଗଣିଲା ଫାଇନାନ୍ସ କମ୍ପାନୀ। ଟ୍ରକ ମାଲିଙ୍କୁ ୬୦ ହଜାର ଟଙ୍କା ଦେବା ପାଇଁ ମାଗମା ଫାଇନାନ୍ସ କର୍ପୋରେସନକୁ କଟକ ଖାଉଟି ଅଦାଲତ ୨୦୨୨ ସେପ୍ଟେମ୍ବରରେ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ମଙ୍ଗଳବାର କାର୍ଯ୍ୟକାରୀ ହୋଇଛି।
ସୂଚନାଥାଉକି, ଆବେଦନକାରୀ ମାନିନୀ ସାହୁଙ୍କ ଟ୍ରକକୁ ମାଗମା ଫାଇନାନ୍ସ କର୍ପୋରେସନ ବେଆଇନ ଭାବେ ଜବତ କରିଥିଲା। ଏ ନେଇ ସେ କଟକ ଜିଲ୍ଲା ଖାଉଟି ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ଅଦାଲତଙ୍କ ନିର୍ଦ୍ଦେଶ ବିନା ରାସ୍ତାରୁ ଗାଡି ଟାଣିନେବା ସମ୍ପୂର୍ଣ୍ଣ ବେଆଇନ ବୋଲି କୋର୍ଟରେ ଆବେଦନାକାରୀ ଯୁକ୍ତି ରଖିଥିଲେ।
ଏହି ମାମଲାର ଶୁଣାଣି କରି ମାଗମା ଫାଇନାନ୍ସ କର୍ପୋରେସନଙ୍କୁ ୬୦ ହଜାର ଟଙ୍କାର ତଣ୍ଡ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ ହୋଇଥିଲା। ମକଦ୍ଦମା ପାଇଁ ୧୦ ହଜାର ଟଙ୍କା ଏବଂ କ୍ଷତିପୂରଣ ବାବଦଖୁ ୫୦ ହଜାର ଟଙ୍କା ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଏହି ଅର୍ଥରାଶିକୁ ଫାଇନାନ୍ସ କମ୍ପାନୀ ପକ୍ଷରୁ ମଙ୍ଗଳବାର କୋର୍ଟରେ ଦାଖଲ କରାଯାଇଛି।