ବସ୍‌ରୁ ଓହ୍ଲାଇ ପରିସ୍ରା କରିବା ବେଳେ ଚାପି ଦେଲା ଟ୍ରକ

Published By : Prameya-News7 Bureau | November 05, 2022 IST

ଦେବଗଡ: ଶନିବାର ଅପରାହ୍ନରେ ୪୯ ନମ୍ବର ଜାତୀୟ ରାଜପଥର ଖାରୁମୁଣ୍ଡା ଗ୍ରାମ ନିକଟରେ ଟ୍ରକ ଚାପାରେ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ବାରକୋଟ ଥାନା ଅନ୍ତର୍ଗତ ଝୁମ୍ପୁରା ଗ୍ରାମର ସନ୍ତୋଷ ପାତ୍ର। ସନ୍ତୋଷ ନିଜ ଗ୍ରାମକୁ ବସରେ ଯାଉଥିବା ବେଳେ ବସଟି ଖାରୁମୁଣ୍ଡା ଠାରେ ଥିବା ପେଟ୍ରୋଲ ପମ୍ପରେ ତେଲ ଭର୍ତ୍ତି କରୁଥିଲା। ଏହି ସମୟରେ ସନ୍ତୋଷ ବସରୁ ଓହ୍ଲାଇ ପରିସ୍ରା କରୁଥିବା ବେଳେ ଏକ ଟ୍ରକ ତାଙ୍କ ଉପରେ ମାଡିଯାଇଥିଲା। ଫଳରେ ଘଟଣାସ୍ଥଳରେ ସନ୍ତୋଷ ଙ୍କ ମୃତ୍ୟୁ ଘଟିଥିଲା । ଖବରପାଇ ଦେବଗଡ ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଚିହ୍ନଟ କରିଛନ୍ତି । ଆସନ୍ତାକାଲି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.