ରତଲାମ: ମଧ୍ୟ ପ୍ରଦେଶର ରତଲାମ ଜିଲ୍ଲାରେ ରବିବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବସ୍ ଷ୍ଟାଣ୍ଡରେ ବସ୍ ଅପେକ୍ଷାରେ ଥିବା ଯାତ୍ରୀଙ୍କ ଉପରେ ଟ୍ରକ ଚଢିଯିବାରୁ ଛଅ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାରେ ୧୨ ଜଣ ଆହତ ହୋଇଛନ୍ତି। ଘଟଣା ରତଲାମ-ଲେବାଡ ରାସ୍ତାରେ ରତଲାମଠୁ ୩୫ କିମି ଦୂର ସତ୍ରୁନ୍ଦା ଗାଁରେ ଘଟିଛି।
ଟ୍ରକଟି ରତଲମାରୁ ବଦନଓ୍ଵର ଯାତ୍ରା କରୁଥିଲା। ହେଲେ ଟାୟର ଫାଟି ଯିବାରୁ ଟ୍ରକଟି ନିୟନ୍ତ୍ରଣ ହରାଇ ବସଷ୍ଟାଣ୍ଡରେ ବସ ଅପେକ୍ଷାରେ ଥିବା ଲୋକଙ୍କ ଉପରେ ଚଢି ଯାଇଥିଲା। ଏହି ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇ ଯାଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ଟ୍ରକଟି କେମିତି ଲୋକଙ୍କ ଉପରେ ଚଢି ଯାଉଛି। ଆହତ ମାନଙ୍କୁ ନିକଟସ୍ଥ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।