ରାଉରକେଲାରେ ଜୁସ୍ ଦୋକାନ ଉପରକୁ ମାଡିଗଲା ଟ୍ରକ;୩ଜଣଙ୍କର ମୃତ୍ୟୁ
26/05/2018 at 5:09 AM

ରାଉରକେଲାରେ ଜୁସ୍ ଦୋକାନ ଉପରକୁ ମାଡିଗଲା ଟ୍ରକ । ଦୋକାନ ଭିତରେ ଶୋଇଥିବା ୩ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ ରାଉରକେଲା କୁତ୍ରା ବଜାରରେ ଥିବା ଜୁସ୍ ଦୋକାନ ଉପରକୁ ମାଡଗଲା କୋଲଡ୍ରିଙ୍କସ ବୋଝେଇ ଟ୍ରକ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ବୁର୍ଲା ନେବା ବାଟରେ ଅନ୍ୟ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକମାନେ ହେଲେ ଉତ୍ତର ପ୍ରଦେଶର ବ୍ରିଜେଶ ସୋରିଆ, ଜିଲେଦାର ସୋନାକାର, ଉଦର ସୋନାକାର । ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଓ ହେଲପରଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି ।
Related Posts
ଗୃହରେ ସ୍ପଷ୍ଟ କଲେ ନବୀନ, କହିଲେ- ଶ୍ରଦ୍ଧା ମୋର ଫିଜିଓ ଥେରାପିଷ୍ଟ
3 October 2023