ସ୍କ୍ରାପିଂ ପଲିସିକୁ ଟ୍ରକ ମାଲିକ ମହାସଂଘର ବିରୋଧ, ୧୫ ବଦଳରେ ୨୦ ବର୍ଷ କରିବାକୁ ଦାବି
11/12/2022 at 5:48 PM

କଟକ,୧୧/୧୨: ରାଜ୍ୟ ସରକାରଙ୍କ ସ୍କ୍ରାପିଂ ପଲିସିକୁ ଵିରୋଧ କରିଛି ରାଜ୍ୟ ଟ୍ରକ ମାଲିକ ମହାସଙ୍ଘ । ୧୫ଵର୍ଷର ପୁରୁଣା ଗାଡିକୁ ରାସ୍ତାରୁ ହଟାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ମାତ୍ର ଟ୍ରକ ମାଲିକ ମହାସଙ୍ଘର କହିଵା ଅନୁସାରେ ଯଦି ସ୍କ୍ରାପିଂ ପଲିସି ଲାଗୁ ହୁଏ, ତେଵେ ହଜାର ହଜାର ଟ୍ରକ ମାଲିକ ବେଉସା ହରାଇଵେ। କୋଭିଡ୍ ପରେ ମାଲିକମାନେ ଟିକିଏ ଅଣ୍ଟା ସଳଖି ଠିଆ ହେଉଥିବା ଵେଳେ, ସରକାରଙ୍କ ଏଭଳି ନିଷ୍ପତ୍ତି ଟ୍ରକ ମାଲିକମାନଙ୍କୁ ଦାଣ୍ଡର ଭିକାରୀ କରିଦେଵ ଵୋଲି କହିଛନ୍ତି ଟ୍ରକ ମାଲିକ ମହାସଙ୍ଘ ସାଧାରଣ ସମ୍ପାଦକ ରଵି ଶତପଥି। ୧୫ଵର୍ଷ ଵଦଳରେ ୨୦ଵର୍ଷର ଗାଡିକୁ ହଟାଇବା ଓ ତାହା ମଧ୍ୟ ପର୍ଯ୍ୟାୟକ୍ରମେ କରିଵାକୁ ମହାସଙ୍ଘ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି।
Related Posts
କାଳେସୀ ଲାଗି ପାଣିକୁ ଡେଇଁଲେ ବୃଦ୍ଧ, ଚାଲିଗଲା ଜୀବନ
28 January 2023