ଭାରସମ୍ୟ ହରାଇ ଟ୍ରକ ପଶିଲା ଘରେ, ୩ଜଣଙ୍କୁ ବଂଚେଇବାକୁ ଯାଇ ଘଟିଛି ଏହି ଦୁର୍ଘଟଣା

Published By : Prameya-News7 Bureau | January 13, 2019 IST

ଜି.ଉଦୟଗିରି ୧୩/୧-ଜି.ଉଦୟଗିରି ଶଙ୍ଖସାହିଠାରେ ଆଜି ସଂଧ୍ୟାରେ ଭାରସମ୍ୟ ହରାଇ ଏକ ଟ୍ରକ ରାସ୍ତାକଡରେ ଥିବା ଏକ ଘର ଉପରକୁ ମାଢିଯାଇଛି ।  ଏହି ଦୁର୍ଘଟଣାରେ ଡ଼୍ରାଇଭର ଆହତ ହୋଇଥିବା ବେଳେ ୭ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି  । ରାସ୍ତାରେ ଯାଉଥିବା ୩ଜଣଙ୍କୁ ବଂଚେଇବାକୁ ଯାଇ ଡ଼୍ରାଇଭର ଷ୍ଟିୟରିଂ ବୁଲାଇଦେବାରୁ ଘଟିଛି ଏହି ଦୁର୍ଘଟଣା ।ଫଳରେ ଜି ଉଦୟଗିରିରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା ।  

{"id":73616}

ପୂର୍ବରୁ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଘଟଣା ଘଟିଥିବା ଦେଖିବାକୁ ମିଳିଛି । ନିକଟରେ ରାୟଗଡ଼ା ନବରଂଗପୁର ରାସ୍ତାରେ ଏକ କାର୍ ରାସ୍ତାପାଶ୍ଵରେ ଥିବା ଘର ଉପରେ ମାଡ଼ିଯିବାରୁ ଜଣେ ମହିଳାଙ୍କ ମୃତ୍ୟୁହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଥିଲେ । ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତା ପାଶ୍ଵରେ ଥିବା ଘର ଉପରେ ମାଡ଼ିଯାଉଥିବା ଖବର ନଜରକୁ ଆସୁଛି ।

{"id":73617}

ଆଜି ମଧ୍ୟ ବୌଦ୍ଧରେ ଏକ ଟ୍ରାକ୍ଟର ଘର ଉପରକୁ ମାଡ଼ିଯିବାରୁ ୭ଜଣ ଆହତ ହୋଇଛନ୍ତି । ଏଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଉଦବେଗର କାରଣ ହେବାର ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.