Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ, ଜାତୀୟ ରାଜପଥରେ ଯାତାୟତ ଠପ୍‌

12/09/2023 at 10:30 AM

ମାଥିଲି ୧୨।୦୯ :  ମାଲକାନଗିରି ଜିଲ୍ଲା ସପ୍ତଧାରା ନିକଟରେ ଦୁର୍ଘଟଣା । ଜୟପୁରରୁ ଭଦ୍ରଚାଳମ ଅଭିମୁଖେ ଯାଉଥିବା ଏକ କାଠ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହାଫଳରେ ରାସ୍ତାର ଉଭୟ ପଟେ ଅଟକି ରହିଛି ଅନେକ ଗାଡି ।

ଖବର ଅନୁଯାୟୀ, ଜୟପୁରରୁ ଭଦ୍ରାଚଳମ ଯାଉଥିବା ଟ୍ରକ । ସୋମବାର ବିଳମ୍ବିତ ରାତିରେ ମାଲକାନଗିରି ସପ୍ତଧାରା ନିକଟରେ ଟ୍ରକଟି ଭାରସାମ୍ୟ ହରାଇ  ଓଲଟି ପଡିଥିଲା । ଗାଡିଟି ମୁଖ୍ୟ ରାସ୍ତାରେ ଓଲଟି ପଡିବାରୁ ୩୨୬ ନମ୍ବର ଜାତୀୟ ରାଜପଥ ବନ୍ଦ ହୋଇଯାଇଛି । ଯାହାଫଳରେ ମାଲକାନଗିରିରୁ ଜୟପୁରକୁ ଯାତାୟତ ପୁରା ଠପ୍‌ ହୋଇଯାଇଛି ।

ସେପଟେ ଯୁଦ୍ଧକାଳୀନ ଭିତିରେ ରାସ୍ତାରେ ପଡିଥିବା କାଠକୁ ସଫା କରାଯାଉଛି । ବର୍ଷା ଲାଗି ରହିଥିବାରୁ ସଫେଇ କାମରେ ବିଳମ୍ବ ହେଉଥିବା ଜଣାପଡିଛି । ରାସ୍ତାର ଉଭୟ ପଟେ ଶହ ଶହ ଗାଡିମୋଟର ଅଟକ ରହିଛି ।

   Related Posts