ଜାତୀୟ ରାଜପଥରେ ଟ୍ରକ୍‌କୁ ଧକ୍କା ଦେଲା ବସ୍, ୨୦ ରୁ ଅଧିକ ଯାତ୍ରୀ ଆହତ

Published By : Prameya-News7 Bureau | December 08, 2022 IST

ଯାଜପୁର ୦୮/୧୨: ଯାଜପୁର ଜିଲ୍ଲା NH-16 ରଥିଆ ଛକ ନିକଟରେ ଟ୍ରକ୍ ପଛପଟୁ ଧକା ଦେଲା ବସ୍ । ବସ୍‌ରେ ଥିବା ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ଓ ଗୁରୁତର ହୋଇଛନ୍ତି ।

ସୂଚନା ଅନୁଯାୟୀ ସାଇ ଶଙ୍କର ବସ୍‌ଟି ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ NH-16 ରଥିଆ ଛକ ନିକଟରେ ଦୁଇଟି ଟ୍ରକ ଛିଡା ହୋଇଥିଲା । ଏହି ସମୟରେ ବସ୍‌ଟି ଟ୍ରକ ପଛପଟୁ ଧକା ଦେଇଥିଲା । ଯାହା ଫଳରେ ଟ୍ରକ୍ କ୍ୟାବିନ ସମ୍ପୂର୍ଣ ରୂପେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ବୁଧବାର ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା ।

ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ ଓ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ଯାତ୍ରୀଙ୍କୁ ଆହତ ଓ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବସ୍‌ରେ ୫୦ ଜଣ ଯାତ୍ରୀ ରହିଥିଲେ । ଡ୍ରାଇଭରର ଆଖି ଲାଗି ଯିବାରୁ ଏହି ଦୁର୍ଘଟଣା ଘଟିଛି । ଦୁଇଟି ଟ୍ରକ୍ ପଛପଟୁ ବସ୍ ଧକା ଦେଇଥିବାରୁ ଟ୍ରକ୍‌ଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.