ଢ଼େଙ୍କାନାଳ୩/୧୧: ଢେଙ୍କାନାଳ କାମାକ୍ଷାନଗର ରାସ୍ତାର କମାଗରା ନିକଟରେ ସଡକ ଦୁର୍ଘଟଣା। ଟ୍ରକ ଓ ହାଇଡ୍ରା ମୁହାଁ ମୁହିଁ ଧକ୍କା ହେବା ଯୋଗୁଁ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର ହୋଇଛନ୍ତି। ମୃତକ ହେଲେ ସଦର ଥାନା ଅନ୍ତର୍ଗତ ବଳଦିଆବନନ୍ଧ ଗ୍ରାମର କୈଳାଶ ମଲ୍ଲିକ। ଏହି ଦୁର୍ଘଟଣାରେ ଗୁରୁତର ହେଲେ ତାଙ୍କ ପୁଅ ଅରବିନ୍ଦ ମଲ୍ଲିକ। କାମାକ୍ଷାନଗର ପଟୁ ଢେଙ୍କାନାଳ ଆଡକୁ ଆସୁଥିଲା ଏହି ଟ୍ରକ । ବିପରୀତ ଦିଗରୁ ଯାଉଥିବା ହାଇଡ୍ରା ସହ ହୋଇଥିଲା ଧକ୍କା। ଗୁରୁତର ଅରବିନ୍ଦଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ୍ ଲାଗି ରହିଛି।
ନବୀନଙ୍କ ପରେ ଯିଏ ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖ...