ଟ୍ରକ୍ ଧକ୍କାରେ ଚାଲିଗଲେ ସାନ ଭାଇ, ବଡ ଭାଇ ଗୁରୁତର
14/11/2023 at 11:54 AM

ମାର୍ଶାଘାଇ ୧୪। ୧୧: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ୫୩ ନମ୍ବର ଜାତୀୟ ରାଜପଥ ଯଦୁପୁର ଗୋଡାରେ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ମାର୍ଶାଘାଇ ଥାନା କରଞ୍ଜ ଗ୍ରାମର ଚିଣ୍ଟୁ ବାରିକ ଏବଂ ପିଣ୍ଟୁ ବାରିକ ଦୁଇ ଭାଇ ବାଇକ୍ ଯୋଗେ ପାରାଦୀପ ଷଣ୍ଢକୁଦର ଏକ କମ୍ପାନୀକୁ କାମ କରିବା ପାଇଁ ଯାଉଥିଲେ । ସେହି ସମୟରେ ତାଙ୍କ ବାଇକ୍କୁ ପଛପଟୁ ଏକ ଆଇରନ୍ ବୋଝେଇ ଟ୍ରକ୍ ତାଙ୍କ ଗାଡିକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ବଡ଼ ଭାଇ ପିଣ୍ଟୁ ବାରିକ ଗୁରୁତର ହୋଇଥିବା ବେଳେ ସାନଭାଇ ଚିଣ୍ଟୁ ବାରିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଉଭୟଙ୍କୁ କେନ୍ଦ୍ରାପଡା ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ଟି ସବୁ ସମୟରେ ପୋଲିସ୍କୁ ଚକମା ଦେଇ ରୋଡ୍ ପାସ୍ କରିଥାଏ । ତରବରିଆ ଭାବେ ଦ୍ରୁତ ଗତିରେ ଗାଡିଟି ଯାଇ ଦୁର୍ଘଟଣା ଘଟାଇଥିବା ସୂଚନା ମିଳୁଛି । ସ୍ଥାନୀୟ ଲୋକମାନେ ଟ୍ରକ୍ ଟିକୁ ଅଟକାଇ ପୋଲିସ ଜିମା ଦେଇଛନ୍ତି ।
You Can Read :