କାରକୁ ପିଟିଲା ଏକ ବାରଚକିଆ ଟ୍ରକ; ଦୋକାନ ଉପରକୁ ମାଡ଼ିଗଲା କାର
30/09/2018 at 11:36 AM

ଜଗତସିଂହପୁର ୩୦/୯: ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟକ ପାରାଦୀପ ରାସ୍ତାର ମଣିଜଙ୍ଗା ବଜାରରେ ସଡକ ଦୁର୍ଘଟଣା ହୋଇଛି । କାରକୁ ପିଟିଲା ଏକ ବାରଚକିଆ ଟ୍ରକ। ଟ୍ରକଟି କାରକୁ ଦ୍ରୁତ ଗତିରେ ଧକ୍କା ଦେବାରୁ କାରଟି ଏକ ଦୋକାନ ଉପରକୁ ମାଡିଯାଇଥିଲା । ଫଳରେ ଦୋକାନ ଆଗରେ ଛିଡା ହୋଇଥିବା ଜଗନ୍ନାଥପୁର ଗ୍ରାମର ପ୍ରଭାତ ପରିଡା ଗୁରତର ଆହତ ହୋଇଥିଲେ । ଦୁର୍ଘଟଣା ଯୋଗୁ ଦୋକାନଟି ଭାଙ୍ଗିରୁଜି ଯାଇଛି । ଅଳ୍ପକେ ରକ୍ଷା ପାଇଯାଇଥିଲେ ଦୋକାନୀ । ଗୁରତର ପ୍ରଭାତଙ୍କୁ ତୁରନ୍ତ ମଣିଜଙ୍ଗା ହସ୍ପଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ତିର୍ତ୍ତେୋଲ ପୋଲିସ ପହଞ୍ଛି ଅନୁସନ୍ଧାନ କରି ଟ୍ରକ ଓ କାରକୁ ଜବତ କରିଛି ।