କାର୍‌କୁ ପଛରୁ ଧକ୍କା ଦେଲା ଟ୍ରକ୍, ରାସ୍ତା ଉପରେ ଓଲଟିପଡିଲା କାର୍

Published By : Prameya-News7 Bureau | April 17, 2024 IST

ଭୁବନେଶ୍ବର ୧୭।୪:  ଟ୍ରକ୍ ଧକ୍କାରେ କାର୍ ଚୁରମାର । ଅଳ୍ପକେ ବର୍ତ୍ତିଲେ କାରର୍ ଚାଳକ । ଭୁବନେଶ୍ବର ନୟାପଲ୍ଲୀ ଥାନା ଅନ୍ତର୍ଗତ ଆଚାର୍ଯ୍ୟ ବିହାର ଓଭରବ୍ରିଜ୍ ଉପରେ ଦୁର୍ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ବୁଧବାର ଦିନ ୨ଟା ବେଳେ ସହିଦନଗର ଅଞ୍ଚଳର ଅଶୋକ ଅଗ୍ରୱାଲ ନିଜ କାର୍‌ରେ ଖଣ୍ଡଗିରିରୁ ବାଣୀବିହାର ଆଡକୁ ଯାଉଥିଲେ । ନୟାପଲ୍ଲୀ ଥାନା ଅନ୍ତର୍ଗତ ଆଚାର୍ଯ୍ୟ ବିହାର ଓଭରବ୍ରିଜ୍ ଉପରେ ଏକ ଟ୍ରକ୍ କାର୍ ପଛରୁ ଶକ୍ତ ଧକ୍କା ଦେଇଥିଲା । ଫଳରେ କାର୍‌ଟି ରାସ୍ତା ଉପରେ ଓଲଟି ପଡିବା ସହିତ ଚୁରମାର ହୋଇଯାଇଥିଲା । କାର୍‌ରେ ଥିବା ଚାଳକ ଅଶୋକ ଅଳ୍ପକେ ବର୍ତ୍ତି ଯାଇଥିଲେ । ସାଙ୍ଗରେ ଥିବା କୁକୁରଟି ମଧ୍ଯ କାର୍ ଧକ୍କାରେ ଆହତ ହୋଇଛି । 

You Can Read :

ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରକ୍ରିୟା ଆରମ୍ଭ, ଖପୁରିଆ କରତ କଳରେ ରଥକାଠ ଚିରଟ ଅନୁକୂଳ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.